ଆସନ୍ନ ମରୁଡି ନେଇ ବିଜେପି ପ୍ରତିନିଧିଦଳଙ୍କ ଗୋପାଳପୁର ଗସ୍ତ

ଗୋପାଳପୁର: ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ସତ୍ୟ ଅନୁସନ୍ଧାନ ଟିମ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହ ଜିଲ୍ଲାରେ ଉପୁଜିଥିବା ଆସନ୍ନ ମରୁଡି ନେଇ ଗସ୍ତ କରିବା ସହ ମରୁଡ଼ି ପ୍ରଭାବିତ ଅଞ୍ଚଳ ପରିଦର୍ଶନ ଓ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ଓ ସମାଧାନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ରାଜ୍ୟ ସଭାପତି ସମୀର ମହାନ୍ତି ଙ୍କ ନିର୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟୀ ମହାରାଜ ଓ ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ରାଜେଶ୍ କୁମାର ସାହୁ ଙ୍କ ନେତୃତ୍ୱରେ ଓଡ଼ିଶା ପ୍ରଦେଶର ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର , ବ୍ରହ୍ମଗିରି ବିଧାୟକ ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ର, ଉପସଭାନତ୍ରି ଅନିତା ଶୁଭଦର୍ଶନି ପ୍ରମୁଖ ଗଞ୍ଜାମ ଜିଲ୍ଲାର ଗୋପାଳପୁର ,ଛତ୍ରପୁର , ଚିକିଟି ନିର୍ବାଚନମଣ୍ଡଳୀ ର ବିଭିନ୍ନ ବ୍ଲକ୍ ର ମରୁଡ଼ି ରେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ ଏହି ଅବସରରେ ରଙ୍ଗେଇଲୁଣ୍ଡା ବ୍ଲକ୍ ର କୋଳଥି ଗାଁ ର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ ।

 

prayash

ପ୍ରଭାବିତ ଅଞ୍ଚଳ ପରିଦର୍ଶନ ସମୟରେ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ଓ ସମାଧାନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ଆଲୋଚନା ବେଳେ ଜାଣିବାକୁ ପାଇଲେ ଏଠି ମରୁଡ଼ି ସମୟରେ ଜଳସେଚନ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ଚାଷୀ ସବୁବେଳେ କ୍ଷତି ସହିବାକୁ ପଡୁଛି। ବର୍ତ୍ତମାନ ଭାଦ୍ରବ ମାସ ସରିବାକୁ ବସିଥିବାକୁ ବେଳେ ବର୍ତ୍ତମାନ ଶୁଦ୍ଧା ବର୍ଷା ଅଭାବରୁ ଜମି ରେ ପାଣି ର ଅଭାବ କାରଣରୁ କୋଳଥି ଗାଁ ପଞ୍ଚାୟତ ର ଅଧୀନସ୍ଥ ହଜାର,ହଜାର ଏକର ଚାଷଜମି ସଂପୂର୍ଣ୍ଣ ରୂପେ ତଳି ପୋଡ଼ି ନଷ୍ଟ ହୋଇଯାଇଛି। ଏଣୁ ସରକାରଙ୍କ ତରଫରୁ ଇଁସ୍ୟୁରାନ୍ସ ର ବ୍ୟବସ୍ଥା ସହିତ ମରୁଡ଼ି ଘୋଷଣା କରାଯାଇ ଆଗାମୀ ଦିନରେ ସ୍ଥାୟୀ ଜଳସେଚନ ର ବ୍ୟବସ୍ଥା ସଂମ୍ପର୍କରେ କୋଳଥି ଗାଁ ଚାଷୀକୁଳ ତରଫରୁ ଏକ ଦାବିପତ୍ର ବିଧାୟକ ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ର ଙ୍କୁ ପ୍ରଦାନ କରିଥିଲେ। ଯାହାକୁ ନେଇ ଆଗାମୀ ୧.୦୯.୨୦୨୧ ରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ରେ ପ୍ରଶ୍ନ ଉଠେଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ଜଗମୋହନ ପାତ୍ର , ଗାନ୍ଧୀ ପାତ୍ର, ହାଡ଼ିଆ ଦଳବେହେରା , ବିଜୟ ଦଳାଇ, ରମେଶ ଚନ୍ଦ୍ର ବେହେରା , କାଳିଆ ବେହେରା, ରବିନ୍ଦ୍ର ମହାନ୍ତି, ଜଗଦୀଶ ବେହେରା, ଏ. ଭିକି, ଡି. ଯତୀନ ପ୍ରମୁଖ ରହି ସ୍ଵାଗତ କରିବା ସହିତ ମରୁଡ଼ି ଅଞ୍ଚଳ ପରିଦର୍ଶନ କରାଇ ଥିଲେ।

kalyan agarbati

Comments are closed.