www.samajalive.in
Monday, December 8, 2025
14.1 C
Bhubaneswar

ହରଡଙ୍ଗ ଠାରେ ଥିବା ପୁରାତନ ଭୈରବୀ ମନ୍ଦିର ଭଙ୍ଗା କାର୍ଯ୍ୟ ଆରମ୍ଭ, ସେବାୟତଙ୍କ ବିରୋଧ

ଗୋପାଳପୁର: ଦକ୍ଷିଣ ଓଡ଼ିଶାର ବହୁ ପୁରାତନ ତଥା ଶକ୍ତି ପିଠ ମାନଙ୍କରେ ଅନ୍ୟତମ ହରଡଙ୍ଗ ଠାରେ ଥିବା ମାଁ ସିଦ୍ଧ ଭୈରବୀଙ୍କ ପୁରୁଣା ମନ୍ଦିରର ପୁନରୁଦ୍ଧାର କାର୍ୟ୍ୟ ମଗଂଳବାର ଠାରୁ ଆରମ୍ଭ କରାଯାଇଥିବା ବେଳେ ଏହାକୁ ନେଇ ମନ୍ଦିରରେ ପୂଜା କରି ଆସୁଥିବା ମାଳି ସମ୍ପ୍ରଦାୟର ସେବାୟତମାନେ ଏହାର ବିରୋଧ କରିବା ସହ ସେମାନଙ୍କ ସହ ଆଲୋଚନା ନ କରାଯାଇ ଜୋର ଜବରଦସ୍ତ ସଂକ୍ରାନ୍ତି ପୂଜା କମିଟି ପକ୍ଷରୁ ମନ୍ଦିର ଭଙ୍ଗା କାର୍ୟ୍ୟ ଆରମ୍ଭ କରାଯାଇଥିବା ଅଭିଯୋଗ ହୋଇଛି। ଅନ୍ୟ ପଟେ ମନ୍ଦିର ଟି ବହୁ ପୁରୁଣା ହୋଇଯାଇଥିବା ସହ ବିପଦ ସଂକୁଳ ଅବସ୍ଥାକୁ ଚାଲି ଆସିଥିବାରୁ ଏହାର ପୁନରୁଦ୍ଧାର କରାଯିବା ନିମନ୍ତେ ଦୀର୍ଘ ମାସ ହେଲା କାର୍ୟ୍ୟ ଆରମ୍ଭ ହୋଇଥିବା ସହ ଆସନ୍ତା ୬/୮ ମାସ ମଧ୍ୟରେ ନୂତନ ମନ୍ଦିର କାର୍ୟ୍ୟ ସମ୍ପୂର୍ଣ୍ଣ ହୋଇଯିବ ବୋଲି ସଂକ୍ରାନ୍ତି ପୂଜା କମିଟି ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ପୂର୍ବ ପରମ୍ପରା ଅନୁଯାୟୀ ମନ୍ତ୍ରୀଡି ଗ୍ରାମର ମାଳି ସମ୍ପ୍ରଦାୟର ବାସିନ୍ଦା ଭୈରବୀ ମନ୍ଦିରର ସେବା କରିଆସୁଛନ୍ତି। ଏହାର ପ୍ରତିବନ୍ଧକ ସାଜିଛନ୍ତି କିଛି ମୁଷ୍ଟିମେୟ ଲୋକ। ସେମାନେ କମିଟି ଗଠନ କରି ସେବାୟତ ମାନଙ୍କୁ ବିରୋଧ କରି ଆସୁଛନ୍ତି।

 

- Advertisement -

ଯଦ୍ୱାରା ପ୍ରାୟ ୨୦ବର୍ଷ ହେଲା ମନ୍ଦିର ର ପାରମ୍ପରିକ ସେବାୟତ ଓ ମନ୍ଦିର ସଂକ୍ରାନ୍ତି କମିଟି ମଧ୍ୟରେ ବିବାଦ ଲାଗି ଥିବା ବେଳେ ଆଜି ସେବାୟତଙ୍କ ଅଗୋଚର ରେ ମନ୍ଦିର ଭାଙ୍ଗିବାକୁ ବୁଲ୍ ଡୋଜର ପସିଛି, ଯାହାକୁ ସେବାୟତ ମାନେ ବିରୋଧ ପ୍ରଦର୍ଶନ କରିବା ସହ ସେମାନଙ୍କ ପିତୃପୁରୁଷ ଅମଳର ମନ୍ଦିର କାହା ନିର୍ଦ୍ଦେଶ ରେ ଭଙ୍ଗା ଯାଉଛି ବୋଲି ପ୍ରଶ୍ନ କରିଛନ୍ତି ସେବାୟତ ମୁଖ୍ୟ ଭୈରବ ରଣା। ମନ୍ଦିର ଯଦି ଭଙ୍ଗା ଯାଉଛି ଅଞ୍ଚଳବାସୀଙ୍କ ଏବଂ ପ୍ରଶାସନ ଓ ସେବାୟତଙ୍କୁ ଡାକି ପୁରାତନ ମନ୍ଦିର ଭାଙ୍ଗିବା ଉଚିତ୍ ଥିଲା ବୋଲି ସେବାୟତ ମୁଖ୍ୟ ଶ୍ରୀ ରଣା କହିଛନ୍ତି।ଏହା ସହ ମନ୍ଦିରର ଭିତରକୁ କାହାକୁ ନ ଛାଡ଼ି ଭିତରେ ବୁଲ ଡୋଜର ପୁରାଇ ଭାଙ୍ଗିବା ଉଚିତ୍ ନୁହେଁ ବୋଲି ସେବାୟତ ମାନେ ଅଭିଯୋଗ କରିଛନ୍ତି। ସରକାରୀ ନିର୍ଦ୍ଦେଶ ନଥାଇ ମନ୍ଦିର ଭଙ୍ଗା ଯାଉଛି ବୋଲି ମଧ୍ୟ ସେବାୟତ ମାନେ ବିରୋଧ କରିବା ସହିତ ଆଗକୁ ଏହା ନେଇ ଆନ୍ଦୋଳନ ଆହୁରି ତୀବ୍ରତର କରାଯିବ ବୋଲି ସେବାୟତ ମାନେ କହିଛନ୍ତି। ମନ୍ଦିର ପରିସରରେ ସଂକ୍ରାନ୍ତି ପୂଜା କମିଟି ର ସଦସ୍ୟ ମାନେ କେବଳ ଉପସ୍ଥିତ ରହି ମନ୍ଦିର ଭଙ୍ଗା କାର୍ୟ୍ୟ କରୁଥିବା ବେଳେ ମନ୍ଦିର ଉନ୍ନତି ନେଇ ସେବାୟତ ମାନେ କୌଣସି ବାଧା ସୃଷ୍ଟି କରିବେ ନାହିଁ ବୋଲି କହିବା ସହ ସର୍ବସମ୍ମତି ସହମତି ନେଇ ମନ୍ଦିର ପୁନରୁଦ୍ଧାର କରାଯାଉ ବୋଲି ସେବାୟତ ମାନେ ପ୍ରକାଶ କରିଛନ୍ତି। ପ୍ରଶାସନ ପକ୍ଷରୁ ଏହା ନେଇ ହସ୍ତକ୍ଷେପ କରାନଗଲେ ଆଗାମୀ ଦିନରେ ଏହି ଘଟଣା ନେଇ ଆନ୍ଦୋଳନ ତୀବ୍ରତର ଆଶଙ୍କା ସୃଷ୍ଟି ହେବା ଦେଖାଯାଇଛି। ଏହି ଘଟଣା ନେଇ କମିଟି ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କ ସୂଚନା ମୁତାବକ ମନ୍ଦିର ଟି ବହୁ ପୁରୁଣା ହୋଇଯାଇଥିବା ସହ ବିପଦ ସଂକୁଳ ଅବସ୍ଥାକୁ ଚାଲି ଆସିଥିଲା। ଏଣୁ ସର୍ବସମ୍ମତି ନିଷ୍ପତ୍ତି ଅନୁଯାୟୀ ଗତ ୨ ବର୍ଷ ଧରି ବଉଳିମାଳିଆ ପଥରରେ ନୂତନ ମନ୍ଦିର ଢାଞ୍ଚା ପ୍ରସ୍ତୁତ ଜାରି ରହିଥିବା ସହ ସମସ୍ତ ପଥର କାର୍ୟ୍ୟ ସରିଛି। ଆଗାମୀ ୬/୮ ମାସ ମଧ୍ୟରେ ଓଡ଼ଗାଁ ଅନ୍ଚଳର ୨୫ କାରିଗର ସହାୟତା ରେ ମନ୍ଦିର କାର୍ୟ୍ୟ ସରିବ।ଏହା ସହ ମନ୍ଦିର ରେ ଥିବା ମାଁ ଙ୍କ ଦର୍ଶନ ନିମନ୍ତେ କରୋନା କଟକଣା କୋହଳ ପରେ ଭକ୍ତମାନଙ୍କ ନିମନ୍ତେ ଖୋଲାଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories