ନୂଆବକ୍ସିପଲ୍ଲୀରେ ୧୧ଜଣିଆ ବିଶ୍ବସ୍ତରୀୟ ପ୍ରତିନିଧି ଦଳ

ଗୋପାଳପୁର : ରାଜ୍ୟରେ ଥିବା ୬ଟି ଉପକୂଳ ଜିଲାର ୩୨୨ଟି ଗାଁ ସୁନାମି ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଗାଁ ମାନଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଓସଡାମା ପକ୍ଷରୁ ଏହି ଗାଁ ଗୁଡିକୁ ସୁନାମି ପ୍ରସ୍ତୁତ ଗ୍ରାମ ଭାବେ ଗଢା ଯିବାକୁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇ କାର୍ଯ୍ୟ ଆରମ୍ଭ କରାଯାଇଛି। ଏହି କ୍ରମରେ ଇଣ୍ଡୋନେସିଆ ଓ ଅଷ୍ଟ୍ରେଲିଆର କେତେକ ଏକ୍ସପୋର୍ଟ ସମେତ ଇନକୋଏସର ବୈଜ୍ଞାନିକମାନେ ଶୁକ୍ରବାର ଓ ଶନିବାର ଦୁଇଦିନ ଗଞ୍ଜାମ ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସୁନାମି ପ୍ରବଣ ଗାଁ ବୁଲିବା ସହ ରାଜ୍ୟ ସରକାର ଓ ଓସଡାମା ପକ୍ଷରୁ ଉକ୍ତ ଗାଁ ମାନଙ୍କରେ ନିଆଯାଇଥିବା ପଦକ୍ଷେପ ବୁଲି ଦେଖିଥିଲେ ଏବଂ ଅଞ୍ଚଳବାସୀଙ୍କ ସହ ଏନେଇ ଆଲୋଚନା କରିଥିଲା।

ଆଜି ୧୧ଜଣିଆ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲା ରଗେଂଇଲୁଣ୍ଡା ବ୍ଲକ ଅନ୍ତର୍ଗତ ନୂଆବକ୍ସିପଲ୍ଲୀ ଓ ଭେଙ୍କଟରାୟପୁର ଗାଁ ବୁଲବା ସହ ଭେଙ୍କଟରାୟପୁର ଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଆୟୋଜିତ ମକଡ୍ରିଲ ଦେଖିଥିଲେ।

Comments are closed.