ଗୋପାଳପୁର: ପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟର ଏନ୍ଏସ୍ଏସ୍ ଶାଖା ପକ୍ଷରୁ ଗୋପାଳପୁର ବେଳାଭୂମିରେ ସ୍ୱଚ୍ଛତା ଓ ସଚେତନତା ଅଭିଯାନ ସ୍ବଛ ସାଗର ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଏନ୍ଏସ୍ଏସ୍ ଶାଖା ପକ୍ଷରୁ ୬୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ କଲେଜ ରୁ ବାହାରି ଗୋପାଳପୁର ପହଞ୍ଚିଥିଲେ। ବେଳାଭୂମିରେ ପଡି ରହିଥିବା ପ୍ଲାଷ୍ଟିକ ବୋତଲ ଓ ପଲିଥିନ ଆଦି ଉଠାଇ ସ୍ୱଚ୍ଛତା ଦିଗରେ ପଦକ୍ଷେପ ନେଇଥିଲେ। ଲୋକଙ୍କ ସମେତ ପର୍ଯ୍ୟଟକ ଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବ୍ୟାନର ଧରି ବେଳାଭୂମି ପରିଦର୍ଶନ କରିଥିଲେ । ପର୍ଯ୍ୟଟକ ମାନେ କିପରି ବେଳାଭୂମିକୁ ସଫା ରଖିବେ ଓ ବାହାରୁ ଆସୁଥିବା ଅତିଥିଙ୍କ ନିମନ୍ତେ କିପରି ସ୍ୱଚ୍ଛତାର ପଦକ୍ଷେପ ନିଆଯାଇ ପରିବ ଏନେଇ ପୋଷ୍ଟାର ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲା। ମହାବିଦ୍ୟାଳୟ ଏନ୍ଏସ୍ଏସ୍ ସଂଯୋଜକ ଡ଼ ଚିତ୍ତରଞ୍ଜନ ମଲ୍ଲିକ ଛାତ୍ରଛାତ୍ରୀଙ୍କ ପଦକ୍ଷେପ କୁ ସ୍ୱାଗତ କରିବା ସହିତ ସାଥିରେ ରହି ପ୍ରେରଣା ଯୋଗାଇଥିଲେ।ମହାବିଦ୍ୟାଳୟର ଅନନ୍ୟ ଅଧ୍ୟାପକ ଡ଼ ଜ୍ଞାନରଞ୍ଜନ ମହାନ୍ତି,ଡ଼ ସୌରଭ ଭୋଇ ଓ ଅଧ୍ୟାପିକା ରାନୁମୟୀ ସିଂ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ପରିଶେଷରେ ବେଳାଭୁମିରେ ଏକ ସଭା ଆୟୋଜିତ ହୋଇଥିଲା ଓ ବିଭିନ୍ନ ଛାତ୍ର ଛାତ୍ରୀ ଏଥିରେ ପରିବେଶ ସଚେତନତା ଦିଗରେ ନିଜର ମତ ରଖିଥିଲେ। ଗାନ୍ଧୀଜୀଙ୍କ ସ୍ୱପ୍ନର ଭାରତ ଗଠନ ଓ ସ୍ୱଚ୍ଛ ସବୁଜ ପରିବେଶ ସୃଷ୍ଟି ଦିଗରେ ଛାତ୍ରଛାତ୍ରୀ ନିଜର ମତପୋଷଣ କରିଥିଲେ।
Popular Categories



