ବିଦ୍ୟୁତ ତାର ସଂସ୍ପର୍ଶରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ

ଗୋପାଳପୁର:ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟ ପେଟ୍ରୋଲ ପମ୍ପ ସାମ୍ନାରେ ଘର ନିର୍ମାଣ କାର୍ଯ୍ୟ କରୁଥିବା ବେଳ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ରାଜ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ଜଣା ପଡିଛି। ମୃତ ମିସ୍ତ୍ରୀ ଜଣକ କନିଷି ହାଟ ରାମହରି ନଗରର ଭାଲୁ ଗୌଡ଼ (୬୦) ବୋଲି ପୋଲିସ ସୂଚନା ଦେଇଛି। ମିଳିଥିବା ସୂଚନା ପ୍ରକାରେ, କନିଷି ମଦନମୋହନପୁର ରାସ୍ତାରେ ଏକ ଘର ନିର୍ମାଣ କାର୍ଯ୍ୟରେ ଭାଲୁ ମିସ୍ତ୍ରୀ ଭାବେ ନିୟୋଜିତ ରହି କାର୍ଯ୍ୟ କରୁଥିବା ବେଳେ ଦିନ ସାଢେ ୧୨ଟା ବେଳେ ଘର ସମ୍ମୁଖରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଖବର ପାଇ ଗୋଳନ୍ଥରା ପୋଲିସ ବ୍ରହ୍ମପୁର ଡାକ୍ତରଖାନାରେ ପହଂଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ପୋଲିସ ସୂଚନା ଦେଇଛି।

kalyan agarbati

Comments are closed.