www.samajalive.in
Sunday, November 16, 2025
15.1 C
Bhubaneswar

ବିରଳ ପ୍ରଜାତିର ନୂଆ କୋଚିଆ ମାଛ ଚିହ୍ନଟ

ଗୋପାଳପୁର: ଗୋପାଳପୁର ଜେଡ୍ଏସ୍‌ଆଇ ପକ୍ଷରୁ ଏକ ବିରଳ ତଥା ନୂଆ ପ୍ରଜାତିର କୋଚିଆ ମାଛ (ରିଙ୍କୋକଙ୍ଗର ସ୍ମିଥ୍) ଚିହ୍ନଟ ହୋଇଛି। ଏହି ମାଛକୁ ଡ.ଦୀପାଞ୍ଜନ ରାୟ ଗତ ୨୦୧୮ ମସିହାରେ ପଶ୍ଚିମବଙ୍ଗ ସ୍ଥିତ ପେଟୁଆଘାଟ ମାଛ ଧରା କେନ୍ଦ୍ରରୁ ଗୋଟିଏ ଏବଂ ୨୦୨୦ ମସିହାରେ ଉପରୋକ୍ତ ସ୍ଥାନରୁ ୯୫ ମିଟର ଗଭିରରୁ ତିନୋଟି ମାଛ ମତ୍ସ୍ୟଜୀବୀମାନଙ୍କ ସହଯୋଗରେ ଉଦ୍ଧାର କରିଥିଲେ। ନେସନାଲ୍ ମିଉଜିୟମ୍ ଅଫ୍ ମେରାଇନ୍ ବାୟୋଲୋଜି ଆଣ୍ଡ ଆକ୍ବାରିୟମ୍ ତାଇତ୍ବାନାର ବୈଜ୍ଞାନିକ ଡ.ହୁସନ ଚିଙ୍ଗ ହୋ ସେଠାରେ କିଛି ସମପ୍ରଜାତି ମାଛ ସହ ତୁଳନା କରିଥିଲେ। ପରେ ଗୋପାଳପୁର ଜେଡ୍ଏସ୍‌ଆଇକୁ ଅଣାଯାଇ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ରର ବୈଜ୍ଞାନିକ ଡ.ଅନିଲ ମହାପାତ୍ର ଓ ଶୁଭ୍ରେନ୍ଦୁ ଶେଖର ମିଶ୍ର ଏହାର ପରୀକ୍ଷାନିରୀକ୍ଷା କରିଥିଲେ।

ଏହି ପ୍ରଜାତିର ମାଛର ମେରୁଦଣ୍ଡରେ ୧୫୯ ରୁ ୧୬୪ ଖଣ୍ଡ ହାଡ଼ ରହିଛି। ଏହାର ଲମ୍ବ ପ୍ରାୟ ୫୭୬ ରୁ ୬୬୧ ମିଲି ମିଟର, ଏହି ମାଛ ର ଗୋଚ୍ଛା ଗୋଛା ଦାନ୍ତ ଥିବା ବେଳେ ଏହି ମାଛ ବିଷାକ୍ତ ନୁହେଁ। ଏହାର ଉପର ଶରୀର ଅଲିଭ ନୀଳ ରଙ୍ଗ ବୋଲି ଜାଣିବାକୁ ପାଇଥିଲେ। ପରବର୍ତ୍ତି ସମୟରେ ଏହାର ଡିଏନଏ ପରୀକ୍ଷା ଜେଡ୍ଏସ୍‌ଆଇର ଡିଏନଏ ଗବେଷଣା ଗାରରେ ଗବେଷିକା ସ୍କୃତିରେଖା‌ ଆଚାର୍ଯ୍ୟଙ୍କ ଦ୍ବାରା କରାଯାଇ ଏହା ସମପଜାତି ଠାରୁ ସମ୍ପୂର୍ଣ୍ଣ ଭିନ୍ନ ନୂଆ ଏକ ନୂଆ ପ୍ରଜାତିର ମାଛ ବୋଲି ଜଣାପଡିଥିଲା। ଯାହାକି ଏବେ ଖ୍ୟାତି ସମ୍ପନ୍ନ ଆନ୍ତର୍ଜାତିକ ପତ୍ରିକା ଜର୍ଣ୍ଣାଲ ଅଫ୍ ଫସ ବାୟୋଲୋଜିରେ ପ୍ରକାଶିତ ହୋଇଥିବା ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ରର ବୈଜ୍ଞାନିକ ଡ.ଅନିଲ ମହାପାତ୍ର କହିଛନ୍ତି।

Hot this week

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

୧୦ ଡିଗ୍ରୀ ତଳେ କନ୍ଧମାଳର ୨ ସହର

ଭୁବନେଶ୍ବର : ରାଜ୍ୟରେ ଧୀରେ ଧୀରେ ଶୀତ ବଢୁଛି। କନ୍ଧମାଳ ଜିଲାର...

Related Articles

Popular Categories