ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ନାରାୟଣପୁର ମାଁ ସରସ୍ଵତୀ ବିଦ୍ୟା ମନ୍ଦିର ନିକଟରେ ଗୋପାଳପୁରରୁ ମୋଟରସାଇକେଲଟି ଡିଭାଇଡରକୁ ଧକ୍କା ଦେବାରୁ ସେଥିରେ ବସିଥିବା ୩ ଜଣ ଗୁରୁତର ଆହତ ହୋଇଥିଲେ। ଆହାତ ହୋଇଥିବା ୩ ଜଣ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକୋର୍ଣପୁର ଗାଁ ର ଲୋକନାଥ ରେଡି, ସନ୍ତୋଷ ରେଡ଼ି ଓ ବଚନ ରେଡ୍ଡୀ। ତିନି ବନ୍ଧୁ ଏକ ମୋଟରସାଇକେଲ ଯୋଗେ ଗୋପାଳପୁରରୁ ବୁଲାବୁଲି ସାରି ଦିଗପହଣ୍ଡି ଫେରୁଥିବା ବେଳେ ମୋଟରସାଇକେଲଟି ଭାରସାମ୍ୟ ହରାଇ ଡିଭାଇଡରକୁ ଧକ୍କା ଦେଇଥିଲା ଫଳରେ ୩ ଜଣ ଗୁରୁତର ହୋଇ ଅଚେତ ଅବସ୍ଥାରେ ରାସ୍ତା ଉପରେ ପଡ଼ି ରହିଥିଲେ। ଘଟଣା ନେଇ ସ୍ଥାନୀୟ ଲୋକେ ପୁଲିସକୁ ଜଣାଇଥିଲେ। ଘଟଣାସ୍ଥଳରେ ଗୋପାଳପୁର ପୁଲିସ୍ ପହଞ୍ଚି ଗୁରୁତର ଥିବା ୩ ଜଣଙ୍କୁ ୧୦୮ ଆମ୍ବୁଲାନ୍ସରେ ବ୍ରହ୍ମପୁର ମେଡିକାଲ୍ ପଠାଇଛି।
Popular Categories



