ଗୋପାଳପୁର: ଆଜି ଅପରାହ୍ନ ସମୟରେ ଗୋଳନ୍ଥରା ଥାନା ଅନ୍ତର୍ଗତ ସୁରଳ ଛକ ନିକଟରେ ଏକ ଅଜଣା ବୋଲେରୋ ଧକ୍କାରେ ଚିକିଟି ଗଡ଼ର ଅବସରପ୍ରାପ୍ତ ସେନା ଅଫିସର ଭୀମସେନ ମହାପାତ୍ର (୬୫)ଗୁରୁତର ଆହତ ହେବା ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡିକାଲ ବଡ଼ ମେଡିକାଲକୁ ନିଆଯାଇଛି ।
ଗୁରୁତର ଭୀମସେନଙ୍କ ସମ୍ପର୍କୀୟଙ୍କ ଠାରୁ ମିଳିଥିବା ସୂଚନା ମୁତାବକ, ଭୀମସେନ ତାଙ୍କ ଶଳା ଲୋକନାଥ ହୋତା (୬୨)ଙ୍କ ସହ ମିଶି ଦୁଇଟି ମୋଟରସାଇକେଲରେ ଅଲଗା ଅଲଗା ରଙ୍ଗେଇଲୁଣ୍ଡକ୍ଷ ବ୍ଲକ ଅନ୍ତର୍ଗତ ରଂଗିପୁର ଗ୍ରାମକୁ ତାଙ୍କ ଜ୍ବାଇଁ ମରିବା ଖବର ଶୁଣି ଯାଇ ଚିକିଟି ନିଜ ଘରକୁ ଫେରୁଥିଲେ।ଏହି ସମୟରେ ସୁରଳ ଛକ ଠାରେ ଏକ ବୋଲେରୋ ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ବର୍ତ୍ତମାନ ଗୁରୁତର ଅବସ୍ଥାରେ ଭୀମସେନ ଙ୍କ ଚିକିତ୍ସା ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚାଲିଥିବା ଜଣାପଡିଛି। ଏ ନେଇ ଗୋନନ୍ଥରା ଥାନା ସହ ଯୋଗାଯୋଗ ବେଳେ ଦୁର୍ଘଟଣା ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।



