www.samajalive.in
Monday, December 8, 2025
27.1 C
Bhubaneswar

ଖାକିରେ କଳଙ୍କ, ଭିଜିଲାନ୍ସ ଜାଲରେ ଗୋପ ଥାନା ଏଏସଆଇ ରାଧାଶ୍ୟାମ ନାୟକ

ଗୋପ: ଚୋର ଡକାୟତଙ୍କୁ ଧରି ଜେଲ ପଠାଉଥିବା ପୁଲିସ ଏଵେ ଭିଜିଲାନ୍ସ ହାତରେ ଧରା ପଡି ଜେଲ ଯିବା ଘଟଣା ଗୋପରେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଜିଲାନ୍ସ ଜାଲରେ ଫସିଛନ୍ତି ଗୋପ ଥାନା ଏଏସଆଇ ରାଧାଶ୍ୟାମ ନାୟକ। ଏକ ଜମିବାଡି ଵିଵାଦ ସମାଧାନ ପାଇଁ ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ପୂର୍ବାହ୍ନରେ ଭୂବନେଶ୍ବର ଭିଜିଲାନ୍ସ ଓ ପୁରୀ ଭିଜିଲାନ୍ସ ବିଭାଗ ଟିମ ହାତରେ ଧରାପଡିଛନ୍ତି ଏଏସଆଇ ନାୟକ।

ଗୋପ ଥାନା ଅଧୀନ ଗଣେଶ୍ବରପୁର ପଂଚାୟତ ସୁବର୍ଣ୍ଣପୁର ଗ୍ରାମର ମନୋରଂଜନ ଵେହେରାଙ୍କ ଏକ ଜମିବାଡି କେସକୁ ଫଇସଲା କରିବା ପାଇଁ ଏଏସଆଇ ନାୟକ ଥାନା ପରିସରରେ ଥିବା ତାଙ୍କ ଵାସଗୃହରେ ମନୋରଂଜନଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା। ପରେ ଭିଜିଲାନ୍ସ ଟିମ୍ ତାଙ୍କୁ ଭୂବନେଶ୍ବର ଭିଜିଲାନ୍ସ ଅଫିସକୁ ନେଇ ଯାଇଥିବା ବେଳେ ତାଙ୍କ ବାସଗୃହ ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories