ସମାଜ ଡିଜିଟାଲ ଡେସ୍କ: ଦେଶରେ ପ୍ରତିଦିନ ସୁନା ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ଗତ ସପ୍ତାହ ମଧ୍ୟରେ ୨୪କ୍ୟାରେଟ ସୁନା ମୂଲ୍ୟ ପ୍ରାୟ ୩,୯୮୦ଟଙ୍କା ବୃଦ୍ଧି ପାଇଥିବା ବେଳେ ୨୨କ୍ୟାରେଟ ସୁନା ମୂଲ୍ୟ ୩,୬୫୦ ମହଙ୍ଗା ହୋଇଛି ।
ଆଜି ନଭେମ୍ବର ୩୦ରେ ଦିଲ୍ଲୀରେ ୨୪କ୍ୟାରେଟ ସୁନାର ମୂଲ୍ୟ ୧୦ଗ୍ରାମ ପ୍ରତି ୧,୨୯,୯୭୦ ରେକର୍ଡ କରାଯାଇଥିଲା, ଯାହା କି ଏହି ମାସରେ ସର୍ବୋଚ୍ଚ ସ୍ତର ମଧ୍ୟରୁ ଗୋଟିଏ । ଚଳିତ ମାସରେ ଅନ୍ତର୍ଜାତୀୟ ବଜାରରେ ସୁନାର ସ୍ପଟ୍ ମୂଲ୍ୟ $୪,୧୬୯.୮୮ରେ ପହଞ୍ଚିଛି । ସୁନାର ପ୍ରବଳ ଚାହିଦା, ବିଶ୍ୱ ଅସ୍ଥିରତା ଏବଂ ଡଲାର ସୂଚକାଙ୍କରେ ହ୍ରାସ ସୁନା ମୂଲ୍ୟକୁ ଅଧିକ ବୃଦ୍ଧି କରୁଛି ।
ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୨୯,୯୭୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ୍ ର ମୂଲ୍ୟ ପ୍ରାୟ ୧,୧୯,୧୫୦ ଟଙ୍କା। ଦେଶର ଅର୍ଥନୈତିକ ଏବଂ ବ୍ୟବସାୟିକ କେନ୍ଦ୍ର ମୁମ୍ବାଇ, ଚେନ୍ନଇ ଏବଂ କଲକାତାରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ₹୧,୧୯,୦୦୦ ଅଟେ। ଯେଉଁଠାରେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ₹୧,୨୯,୮୨୦ ରେ ପହଞ୍ଚିଛି ।



