ଗୋଧୂଳି ବେଳାକୁ ଶାସ୍ତ୍ରରେ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି। ଏହି ବେଳାରେ ଯେକୌଣସି କାର୍ଯ୍ୟ କରିବା ଦ୍ବାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ଏମିତିରେ ଦେଖିବାକୁ ଗଲେ ଅନେକ ଲୋକ ଗୋଧୂଳି ବେଳା ବିଷୟରେ ଜାଣିଛନ୍ତି। ଏହାସହ ଏହି ବେଳାରେ ବିବାହ କାର୍ଯ୍ୟ କରିବା ଦ୍ବାରା ମଧ୍ୟ ସଫଳ ହୋଇଥାଏ। ଆସନ୍ତୁ ଜାଣିବା ଗୋଧୂଳି ବେଳା ସମ୍ବନ୍ଧରେ ..
ସୂର୍ଯ୍ୟ ଅସ୍ତ ହେବା ସମୟରେ ଗାଈଗୋରୁ ଗୋଠରୁ ଘରକୁ ଫେରି ଥାଆନ୍ତି। ଏହି ବେଳାକୁ ଗୋଧୂଳି ବେଳା କୁହାଯାଇଛି। ଗାଈ ଗୋଠରୁ ଫେରିବା ବେଳେ ସେମାନଙ୍କ ପାଦର ଧୂଳି ଉଡି କରି ସୂର୍ଯ୍ୟଙ୍କ ଲାଲିମାକୁ ଘୋଡାଇ ଦେଇଥାଏ। ସେହି ସମୟରେ ଯେଉଁ ବେଳାର ଉତ୍ପନ୍ନ ହୋଇଥାଏ ତାହାକୁ ଗୋଧୂଳି ବେଳା କୁହାଯାଏ। ଶାସ୍ତ୍ରରେ ଗୋଧୂଳି ବେଳାରେ ବିବାହ କାର୍ଯ୍ୟ କରିବା ଶୁଭପ୍ରଦ ଅଟେ।
କୁହାଯାଇଛି ଗୋଧୂଳି ବେଳା ସମୟରେ ରାଶି ଓ ଲଗ୍ନରେ ସମସ୍ତ ପ୍ରକାରର ଦୋଷ ନଷ୍ଟ ହୋଇଯାଇଥାଏ। ଆଚାର୍ଯ୍ୟ ନାରଦଙ୍କ ଅନୁସାରେ, ସୂର୍ଯ୍ୟ ଉଦୟ ସମୟରେ ସପ୍ତମ ଲଗ୍ନରେ ରହିଥାଆନ୍ତି। ସେହି ସମୟରେ ଗୋଧୂଳି ବେଳା ହୋଇଥାଏ। ମାନ୍ୟତା ଅନୁଯାୟୀ, ଏହି ସମୟରେ ବିବାହ କରିବା ଦ୍ବାରା ବୈବାହିକ ଜୀବନରେ ସର୍ବଦା ସୁଖଶାନ୍ତି ବଜାୟ ରହିଥାଏ।



