ଦେଓରିଆ: ଉତ୍ତରପ୍ରଦେଶର ଦେଓରିଆ ମା’ ବିଦ୍ୟାବାସିନୀ ମହିଳା ଓ ବାଳିକା ସଂରକ୍ଷଣ ଗୃହରେ ନାବାଳିକାଙ୍କୁ ନିଶା ଔଷଧ ଦେଇ ମୁଷ୍ଠିମେୟ ବ୍ୟକ୍ତି ବିଶେଷଙ୍କ ନିକଟକୁ ପଠାଯାଉ ଥିଲା ବୋଲି ପ୍ରମାଣ ମିଳିଛି। ଗତ ଅଗଷ୍ଟ ମାସରେ ଉକ୍ତ ଆଶ୍ରୟସ୍ଥଳୀରେ ନାବାଳିକାଙ୍କୁ ଶୋଷଣ କରାଯାଉ ଥିବା ଅଭିଯୋଗ ହେବା ପରେ ମହିଳା ପୁଲିସ ସେଲ ଦ୍ୱାରା ଏହାର ତଦନ୍ତ ଆରମ୍ଭ ହୋଇଥିଲା। ଉକ୍ତ ଆଶ୍ରୟସ୍ଥଳରୁ ୨୪ଜଣ ନାବାଳିକାଙ୍କୁ ଉଦ୍ଧାର କରାଯିବା ସହ ଗୃହର ନିର୍ଦେଶକଙ୍କୁ ଗିରଫ କରାଯାଇ ଥିଲା।
ଜନୈକା ୧୧ବର୍ଷିୟା ନାବାଳିକା ଉକ୍ତ ଗୃହରୁ ପଳାୟନ କରିବା ପରେ ଏହି ଘଟଣାର ପର୍ଦାଫାସ ହୋଇଥିଲା। ଉକ୍ତ ମାମଲା ଏବେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଛି। ଏହା ବ୍ୟତୀତ ଗୃହର ଅନ୍ତେବାସୀଙ୍କୁ ନିମ୍ନ ମାନର ଖାଦ୍ୟ ଓ ସାମାନ୍ୟ କାରଣରେ ଅସହ୍ୟ ଦଣ୍ଡ ଦିଆଯାଉଥିଲା। ଦୀର୍ଘ ଦିନ ଧରି ନାବାଳିକାମାନେ ଏଭଳି ଶୋଷଣର ଶିକାର ହେଉଥିଲେ ମଧ୍ୟ ସ୍ୱର ଉତ୍ତୋଳନ କରିବାକୁ ଭୟ କରୁଥିଲେ ବୋଲି ସେମାନେ ପୁଲିସ ଆଗରେ ପ୍ରକାଶ କରିଛନ୍ତି।
ଦେଓରିଆ ଆଶ୍ରୟସ୍ଥଳୀରେ ନାବାଳିକାଙ୍କୁ ଦିଆଯାଉ ଥିଲା ନିଶା
Popular Categories



