ଜର୍ମାନ ଆନ୍ତର୍ଜାତୀୟ ସୌର ସନ୍ଧି ଚୁକ୍ତିନାମାକୁ ଅନୁମୋଦନ କରିଛି ଏବଂ ଦିଲ୍ଲୀରେ ଏ ସମ୍ପର୍କିତ ବ୍ୟବସ୍ଥା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ସୂଚନା ମିଳିଛି। ବୈଦେଶିକ ମନ୍ତ୍ରାଳୟ ସୂଚନା ମୁତାବକ, ଜର୍ମାନ ସରକାରଙ୍କ ସଂସଦୀୟ ସଚିବ ଡଃ ମାରିଆ ଫ୍ଲାଚସବର୍ଥ ଓ ନୋବର୍ଟ ବର୍ଥଲେଙ୍କ ସହ ସଚିବ ଦାମୁ ରବି ଏବଂ ନୁର ରହମାନ ଶେଖଙ୍କ ସାକ୍ଷାତ ସମୟରେ ଏହି ହସ୍ତାନ୍ତରଣ ପ୍ରକ୍ରିୟା ଶେଷ ହୋଇଛି ବୋଲି ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚି ଏକ ଟ୍ୱିଟରେ କହିଛନ୍ତି।
Germany Ratifies ISA Agreement!
?? handed Instrument of Accession to @isolaralliance during meeting of Dr Maria Flachsbarth & Mr Norbert Barthle, Parliamentary State Secretaries, ??Ministry of Economic Cooperation & Development, with Sec(ER) Dammu Ravi & JS(ED) Noor Rahman Sheikh pic.twitter.com/z78spAhXfI— Arindam Bagchi (@MEAIndia) September 10, 2021
୨୦୨୧ ଜାନୁଆରୀ ୮ରେ ଏହା ଆରମ୍ଭ ହୋଇଥିଲେ ମଧ୍ୟ ଏହାର ସଂଶୋଧନ ପରେ ମିଳିତ ଜାତିସଂଘର ସମସ୍ତ ସଦସ୍ୟ ରାଷ୍ଟ୍ର ପାଇଁ ଏହାର ସଦସ୍ୟତା ମୁକ୍ତ ହୋଇଥିଲା। ପରେ ଜର୍ମାନୀ ଗତ ମାସରେ ଆନ୍ତର୍ଜାତୀୟ ସୌର ସନ୍ଧି ଢାଞ୍ଚା ଚୁକ୍ତିନାମା ସ୍ୱାକ୍ଷର କରିବାରେ ପଞ୍ଚମ ଦେଶ ହୋଇପାରିଥିଲା। ଆନ୍ତର୍ଜାତୀୟ ସୌର ସନ୍ଧି ହେଉଛି ଏକ ଚୁକ୍ତି ଭିତ୍ତିକ ଆନ୍ତର୍ଜାତୀୟ ସରକାରୀ ସଂଗଠନ ଯାହାର ମୁଖ୍ୟାଳୟ ନୂଆଦିଲ୍ଲୀରେ ଅବସ୍ଥିତ।



