ଗାୟତ୍ରୀ ମନ୍ତ୍ରର ପ୍ରୟୋଗ ଦ୍ବାରା ସବୁ କ୍ଷେତ୍ରରେ ସଫଳତା ମିଳିଥାଏ । ସୁଦ୍ଧପୁତ ମନରେ ଏବଂ ବିଧିପୂର୍ବକ ଗାୟତ୍ରୀ ମନ୍ତ୍ର ଜପ କରିବା, କଲ୍ୟାଣକାରୀ ବୋଲି ମାନ୍ୟତା ରହିଛି । ଯଦି ବିଦ୍ୟାର୍ଥୀମାନେ ନିୟମ ଅନୁସାରେ ଗାୟତ୍ରୀ ମନ୍ତ୍ର ୧୦୮ ଥର ଜପ କରନ୍ତି ତେବେ ସବୁ ପ୍ରକାର ବିଦ୍ୟା ପ୍ରାପ୍ତି ପାଇଁ ସେମାନଙ୍କୁ ସହଜ ହେବ । ତେବେ ଆସନ୍ତୁ ଜାଣିବା ଗାୟତ୍ରୀ ମନ୍ତ୍ର ଜପ କରିବାର ସଠିକ୍ ନିୟମ ଓ ସମୟ ବିଷୟରେ…..
ତିନୋଟି ସମୟରେ ଗାୟତ୍ରୀ ମନ୍ତ୍ର ଜପ କରିବା ଅଧିକ ଫଳପ୍ରଦ ବୋଲି ବିଶ୍ବାସ ରହିଛି ।
ପ୍ରଥମ ସମୟ : ସୂର୍ଯ୍ୟ-ଉଦୟର କିଛି ସମୟ ପୂର୍ବରୁ ଗାୟତ୍ରୀ ମନ୍ତ୍ର ଜପ ଆରମ୍ଭ କରନ୍ତୁ ଏବଂ ସୂର୍ଯ୍ୟ-ଉଦୟର କିଛି ସମୟରେ ମନ୍ତ୍ର ଶେଷ କରନ୍ତୁ ।
ଦ୍ବିତୀୟ ସମୟ : ଦ୍ବିପ୍ରହର ସମୟରେ ମଧ୍ୟ ଗାୟତ୍ରୀ ମନ୍ତ୍ର ଜପ କରି ପାରିବେ ।
ତୃତୀୟ ସମୟ : ସୂର୍ଯ୍ୟାସ୍ତ ପୂର୍ବରୁ ଗାୟତ୍ରୀ ମନ୍ତ୍ର ଜପ ଆରମ୍ଭ କରନ୍ତୁ ଏବଂ ସୂର୍ଯ୍ୟାସ୍ତ ପରେ ଶେଷ କରନ୍ତୁ ।

କିପରି କରିବେ ଗାୟତ୍ରୀ ମନ୍ତ୍ର ଜପ
ରୁଦ୍ରାକ୍ଷ ମାଳିରେ ଗାୟତ୍ରୀ ମନ୍ତ୍ର ଜପ କରିପାରିବେ ।
ମୌନ ରହି ଯେକୌଣସି ସମୟରେ ଗାୟତ୍ରୀ ମନ୍ତ୍ର ଜପ କରିପାରିବେ ।
କଦାପି ଉଚ୍ଚ ଶବ୍ଦରେ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ନାହିଁ ।
ଶୁକ୍ରବାର ଦିନ ହଳଦିଆ ବସ୍ତ୍ର ଧାରଣ କରି ହାତୀ ଉପରେ ବସିଥିବା ଗାୟତ୍ରୀ ମା’ଙ୍କୁ ଧ୍ୟାନ କରନ୍ତୁ ।



