www.samajalive.in
Sunday, December 7, 2025
26.1 C
Bhubaneswar

ଗୋଟିଏ ସ୍ଥାନରେ ୭ ଜଣ ଏକାଠି ହୋଇପାରିବେ ନାହିଁ : ସୁବ୍ରତ ବାଗଚୀ

ଭୁବନେଶ୍ୱର : କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କରୋନାକୁ ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଶୁକ୍ରବାର କିଛି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି ଜ୍ଝ ବାଗଚୀ ଶୁକ୍ରବାର କହିଛନ୍ତି ଯେ, ଆଜିଠାରୁ ଗୋଟିଏ ସ୍ଥାନରେ ୭ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ସେହିପରି ଅଧିକ ଲୋକ ଏକାଠି ହେଉଥିବା କଫି ସପ୍, ରେଷ୍ଟୁରାଣ୍ଟ, ବାର ଇତ୍ୟାଦି ବନ୍ଦ ରହିବ। ସେହପରି ସମସ୍ତ ବଜାର, ମାର୍କେଟ କମ୍ପ୍ଲେକ୍ସ ଓ ଗାଁ ହାଟରେ କେବଳ ଖାଦ୍ୟ ସାମଗ୍ରୀ ଛଡ଼ା ଅନ୍ୟ କୌଣସି ସାମଗ୍ରୀ ବିକ୍ରି ହେବନାହିଁ। ଖାଉଟି ସାମଗ୍ରୀ, ପନିପରିବା, ମାଂସ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ହିଁ କେବଳ ବଜାର ଖୋଲିବାକୁ ଅନୁମତି ମିଳିବ। ସମସ୍ତ ଜିଲ୍ଲାର ଜିଳାପାଳ, ପୁଲିସ ଏସପି, ମୁନିସପାଲ୍ କମିସନରଙ୍କୁ ଏହା କାର୍ଯ୍ୟକାରୀ କରିବାକୁ ରାଜ୍ୟସରକାରଙ୍କ ସାଧାରଣ ପ୍ରଶାସନ ପକ୍ଷରୁ ଚିଠି ଜରିଆରେ ନିର୍ଦ୍ଦେଶ ଦିଆଯାଇଛି।

ସେ ଆହୁରି କହିଛନ୍ତି, “ରାଜ୍ୟର ସମସ୍ତ ଏସ୍‌ସି/ଏସ୍‌ଟି ଛାତ୍ରାବାସ ମାର୍ଚ୍ଚ ୨୫ରୁ ଜୁନ ୧୫ ପର୍ଯ୍ୟନ୍ତ ବନ୍ଦ ରଖାଯାଉଛି। ସେମାନଙ୍କୁ ପ୍ରି ମ୍ୟାଟ୍ରିକ ସ୍କଲାରସିପ୍ ୩ ମାସର ପ୍ରଦାନ କରାଯିବ। ବାଳିକା ଅନ୍ତେବାସୀଙ୍କୁ ୨୪୦୦ ଟଙ୍କା ଓ ବାଳକ ୨୨୫୦ ଟଙ୍କା ପ୍ରଦାନ କରାଯିବ। ଏଥିପାଇଁ ସେମାନଙ୍କ ପିତା-ମାତାଙ୍କ ସ୍ୱାକ୍ଷର ନିଆଯିବ।”

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories