www.samajalive.in
Wednesday, December 10, 2025
18.1 C
Bhubaneswar

ଅଟୋ ସହ ୨୫ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ଡ୍ରାଇଭର ଗିରଫ 

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳ ଏବେ ଗଞ୍ଜେଇ ମାଫିଆ ମାନଙ୍କ ଚରାଭୂଇଁ ପାଲଟିଥିବାବେଳେ ଏହି ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ପୁଲିସ ମଧ୍ୟ ସଜାଗ ରହିଛି । ଗୋଟେ ପରେ ଗୋଟେ ଗଞ୍ଜେଇ ମାଫିଆ ଗିରଫ ହେବା ସହ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଜବତ ହେଉଛି ଓ ଚାଲାଣ ହେଉଥିବା ବହୁ ନାମିଦାମୀ ଗାଡି ଗୁଡିକ ମଧ୍ୟ ଜବତ ହେଉଛି । ତଥାପି ଅଞ୍ଚଳରୁ ଥମୁନି ଗଞ୍ଜେଇ କାରବାର । ତେବେ ଏହି ପରିପେକ୍ଷୀରେ ପୁଣି ଥରେ ଫିରିଙ୍ଗିଆ ପୁଲିସ ଏକ ଅଟୋ ସହ ୨୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିବାବେଳେ ଅଟୋ ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଶନିବାର ଫିରିଙ୍ଗିଆ ଥାନା କେଳାପଡା ପଟୁ ଏକ ଅଟୋରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ପୁଲିସକୁ ଖବର ମିଳିଥିଲା । ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନିର୍ଦେଶ କ୍ରମେ ଥାନାରେ କାର୍ଯ୍ୟରତ ଏସଏଇ ଅଜୟ କୁମାର ସାହୁଙ୍କ ସହ ଏକ ଟିମ ଫୁଲବାଣୀ ବାଲିଗୁଡା ରାସ୍ତାର ମାସରୀପଡା ଛକ ନିକଟରେ ସମ୍ପୃକ୍ତ ଅଟୋଟିକୁ ପୁଲିସ ଟିମ କାବୁ କରିବାରେ ସଫଳ ହୋଇଥିଲା । ପରେ ଅଟୋଟିକୁ ଯାଞ୍ଚ କରିବାରୁ  ୨୫ କିଲୋ ଗଞ୍ଜେଇ ବାହାରିଥିଲା । ଅନ୍ୟପଟେ ଏହି ଘଟଣାରେ ଗିରଫ ହୋଇଥିବା ଅଟୋ ଡ୍ରାଇଭର ଜଣକ ଫୁଲବାଣୀ ସଦର ଥାନା ଅଧୀନରେ ଥିବା ମିଣିଆ ପଞ୍ଚାୟତ ଅନ୍ତର୍ଗତ ଗଣ୍ଡପଦର ଗାଁର ସୁନୀଲ ଦିଗାଲ ବୋଲି ଜଣାପଡିଥିବାବେଳେ ରବିବାର ଘଟଣା ସମ୍ପର୍କରେ ପୁଲିସ ୧୫୩/୨୪ ରେ ଏକ ମାମଲା ରୁଜୁ କରି ଅଟୋ ଡ୍ରାଇଭରକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories