କଟକ : ରାଜ୍ୟରେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ପୁଲିସ ଜବତ କରିଛି । ଅବକାରୀ ଫ୍ଲାଇଙ୍ଗ ସ୍କ୍ବାର୍ଡ କଟକ ମଙ୍ଗୁଳି ଛକ ନିକଟରେ ଏହି ଗଞ୍ଜେଇ ବୋଝେଇ ଗାଡିକୁ ଜବତ କରିଛି । ଟ୍ରକ ଡାଲାରେ ସିକ୍ରେଟ ଚାମ୍ବର କରି ଏହି ଗଞ୍ଜେଇ ଚାଲାଣ କରାଯାଉଥିଲା । ଏଥିସହ ସଂମ୍ପୃକ୍ତ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଛି । ଜଣେ ନୟାଗଡ଼ ଓ ଅନ୍ୟଜଣେ ଗଞ୍ଜାମର ବୋଲି ଜଣାପଡିଛି । ଟ୍ରକରେ ସିକ୍ରେଟ ଚାମ୍ବର ମାଧ୍ୟମରେ ଫୁଲବାଣୀରୁ ପଶ୍ଚିମବଙ୍ଗକୁ ଏହି ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ ବୋଲି ପୁଲିସ କହିଛି।
Popular Categories



