ଦିନରେ ଝାଡୁ ବିକ୍ରି, ରାତିରେ ଚୋରି
ଗଞ୍ଜାମ: ଦିନରେ ବିଭିନ୍ନ ଅଞ୍ଚଳରେ ଝାଡୁ ଓ ଅନ୍ୟାନ ସାମଗ୍ରୀ ବିକ୍ରି ପାଇଁ ଯାଇ ଘର ଚିହ୍ନଟ ରାତ୍ର ସେ ଘରୁ ଚୋରି କରଥିବା ଏକ ଦଳକୁ ପୁଲିସ ଧରିବାରେ ପୋଲିସ ସଫଳତା ପାଇଛି । ଏନେଇ ଗଞ୍ଜାମ ଥାନାରେ ଅନୁଷ୍ଠିତ ଏକ ପ୍ରେସ ମୀଟିରେ ଡି.ଏସ.ପି ଶ୍ୟାମ ସୁନ୍ଦର ମାହାପତ୍ର, ଗଞ୍ଜାମ ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ, ଚାମାଖଣ୍ଡି ଥାନା ଅଧିକାରୀ ସୀତାଂଶୁ ଶେଖର ମାଧନ୍ତକ୍ଷ, ଏଏସଆଇ ଅଜିତ ପରିଡା ପ୍ରମୁଖ ସୂଚନା ଦେଇଛନ୍ତି କ୍ଷ ଗଞ୍ଜାମ ଥାନା ଅନ୍ତର୍ଗତ ବରଦା ଓ କରପଡା ଗ୍ରାମରେ ପୃଥକ ପୃଥକ ଭାବେ ଦୁଇଟି ଚୋରି ଘଟଣାର କେଶ ଥାନାରେ ହୋଇଥିଲା। ଏହାପରେ ଗଞ୍ଜାମ ଏସ.ପିଙ୍କ ନିର୍ଦେଶ କ୍ରମେ ଏକ ଟିମ ଗଠନ ହୋଇଥିଲା । କୌଣସି ସୂତ୍ରରୁ ଖବର ପାଇ ପୁଲିସ ପ୍ରଥମେ କୈବଲ୍ୟ ପାତ୍ର ନାମକ ଜଣେ ଲୋକଙ୍କୁ ଧରିନେଇ ଥିଲା ପରେ ତାଠାରୁ ସମସ୍ତ ତଥ୍ୟ ମିଳିଥିଲା ା ପୁଲିସ ଦୁଇ ଜଣ ରିସିଭର ସହ ଛଅ ଜଣ ଚୋରକୁ ଗିରଫ କରଥିଲେ । ସେମାନେ ହେଲେ ଆର.ସନ୍ତୋଷ, ଆର.ବିନେସ, ଟି.ବାଙ୍ଗରା, ଡ୍ରାଇଭର ଶିକାରୀ, କୈବଲ୍ୟ ପାତ୍ର, ଏସ.ବିଜୟ, ସହ ରିସିଭର ଭିକାରି ସାହୁ, ଓବିଷ୍ଣୁ ସାହୁ ପ୍ରମୁଖ ଅଟନ୍ତି। ସେମାନଙ୍କ ଠାରୁ ୧୭୪ଗ୍ରାମ ସୁନା, ୯୯.୬ଗ୍ରାମର ରୁପା ନଗଦ ୪୫୦୦ଟଙ୍କା ସମେତ ଗୋଟିଏ ମୋଟର ସାଇକେଲ ଓଡି ୦୭ଭି ୮୬୪୩ଏବଂ ଏକ କାର ଓଡି ୦୭ଳ୮୭୮୦ଜବତ କରା ଯାଇଥିଲା।
ମଙ୍ଗବାର ଅପରାହ୍ନ ସମସ୍ତ ଙ୍କୁ କୋର୍ଟ ଚାଲାଣ କରିଛନ୍ତି କ୍ଷ ଏହି ଘଟଣାର ମାଷ୍ଟର ମାଇଣ୍ଡ କୈବଲ୍ୟ ବୋଲି ଜଣା ପଡିଛି । ଏହି ଘଟଣାରେ ଅନ୍ୟ କିଛି ବ୍ୟକ୍ତି ଜଡିତ ଥିବା ପୋଲିସ ପାଖରେ ତଥ୍ୟ ରହିଛି । ସେମାନଙ୍କୁ ଖୁବ ଶିଘ୍ର ଗିରଫ କରାଯିବ ବୋଲି ସୂଚନା ମିଳିଛି । ସୂଚନା ଯୋଗ୍ୟଜେ ଗତ ଜୁନ ମାସରେ କରପଡା ଗ୍ରାମର ବୃନ୍ଦାବନ ଚତ୍ରୀଙ୍କ ଘରୁ ୨୦ ତୁଳା ସୁନା,୧୦ତୁଳା ରୁପା ଏବଂ କୋଡିଏ ହଜାର ଟଙ୍କା ଚୋରି ହେଇଥିଲା। ଏହି ଘଟଣା ପରେ ପୋଲିସ ଏହାର ଛାନ ଭିନ୍ନ କରିଥିଲା । ଏହି ଚୋର ଦଳ କରପଡା ନିକଟରେ ଥିବା ରାମ ଚଣ୍ଡି ମନ୍ଦିର ନିକଟରେ କାର ରଖି ରାତ୍ର ବିଲ ମଧ୍ୟ୍ୟରେ ଯାଇ ବୃନ୍ଦାବନଙ୍କ ଘର ପଛ ପଟୁ ଚୋରି କାରି ନେଇ ଯାଇଥିଲେ। ଘର କୁ ଚାରୀ ଲୋକ ଯାଇଥିଲେ ଏବଂ ବାହାରେ କିଛି ଲୋକ ଜଗି ରହୁଥିବା କଥା ପୋଲିସ ଆଗରେ ଚୋର ମାନେ ପ୍ରକାଶ କରିଛନ୍ତି । ପରେ ସେମାନେ ଚୋରି ସାମଗ୍ରୀ ନେଇ ଜବତ ହେଇଥିବା କାରରେ ଫେରୁଥିଲେ ା ଚୋରି ସାମଗ୍ରୀ କୁ ସମସ୍ତେ ଭାଗ ବାଣ୍ଟୁ ଥିଲେ ।
Comments are closed.