www.samajalive.in
Sunday, December 7, 2025
23.1 C
Bhubaneswar

କେଜ୍ରିୱାଲଙ୍କ ଭଳି ନେତାଙ୍କ ପାଇଁ ଭଲ ଲୋକ ରାଜନୀତିକୁ ଆସୁନାହାନ୍ତି: ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନର ୫ଟି ପର୍ଯ୍ୟାୟ ଶେଷ ହେବା ପରେ ଏବେ ନିର୍ବାଚନୀ ଲଢ଼େଇ ରାଜଧାନୀ ନୂଆଦିଲ୍ଲୀରେ ପହଞ୍ଚିଛି। ତେବେ ଏଠାରେ ମତଦାନ ପୂର୍ବରୁ ବିଜେପି ଏବଂ ଆମ ଆଦମୀ ପାର୍ଟି(ଆପ୍‌) ମଧ୍ୟରେ ଆରୋପ ପ୍ରତ୍ୟାରୋପର ଯୁଦ୍ଧ ଆରମ୍ଭ ହୋଇଯାଇଛି। ପୂର୍ବ ଦିଲ୍ଲୀ ଲୋକସଭା ଆସନରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ଗୌତମ ଗମ୍ଭୀର ଆପ୍‌ ପ୍ରାର୍ଥୀ ଅତିଶୀଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇ ସ୍ଲିପ୍‌ ବାଣ୍ଟୁଥିବା ଅଭିଯୋଗ ହେବା ପରେ ଏହି ବିବାଦ ଆହୁରି ବଢ଼ିଯାଇଛି। ଆପ୍‌ ପକ୍ଷରୁ ଅତିଶୀଙ୍କ ସମର୍ଥନରେ ଏବଂ ଗମ୍ଭୀରଙ୍କ ବିରୋଧରେ ସୋସିଆଲ ମିଡିଆରେ କ୍ୟାମ୍ପେନ କରାଯାଉଛି, ଯାହାକୁ ନେଇ ଗମ୍ଭୀର ଖପ୍ପା ହେବା ସହିତ ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କଡ଼ା ସମାଲୋଚନା କରିଛନ୍ତି। କେଜ୍ରିୱାଲଙ୍କ ଭଳି ନେତାଙ୍କ ଯୋଗୁ ଭଲ ଲୋକମାନେ ରାଜନୀତିକୁ ଆସୁନାହାନ୍ତି ବୋଲି ଗମ୍ଭୀର କହିଛନ୍ତି। କାରଣ ସେମାନେ କେଜ୍ରିୱାଲଙ୍କ ଭଳି ନେତାଙ୍କ ସାମ୍ନାରେ ଛିଡ଼ା ହେବାକୁ ଇଚ୍ଛା କରୁନାହାନ୍ତି। କେଜ୍ରିୱାଲ ବାରମ୍ବାର ସଙ୍କୀର୍ଣ୍ଣ ମାନସିକତାର ରାଜନୀତିକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ଗମ୍ଭୀର କହିଛନ୍ତି। ଏଥିସହ ତାଙ୍କ ବିରୋଧରେ ଅପପ୍ରଚାର କରାଯରାଉଥିବାରୁ ଗମ୍ଭୀର କେଜ୍ରିୱାଲ, ମନୀଷ ସିସୋଦିଆ ଏବଂ ଅତିଶୀଙ୍କ ବିରୋଧରେ ମାନହାନି ମକଦ୍ଦମା ରୁଜୁ କରିଛନ୍ତି।

ସୂଚନା ମୁତାବକ, ପୂର୍ବ ଦିଲ୍ଲୀ ଲୋକସଭା ଆସନରେ ଗମ୍ଭୀରଙ୍କ ବିରୋଧରେ ଆପ୍‌ରୁ ପ୍ରାର୍ଥୀ ହୋଇଥିବା ଅତିଶୀ ଗତ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଗୌତମ ଗମ୍ଭୀରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଗମ୍ଭୀର ଅପମାନଜନକ ଶବ୍ଦ ବ୍ୟବହାର କରି ତାଙ୍କ ବିରୋଧରେ ସ୍ଲିପ ବାଣ୍ଟୁଥିବା ଅତିଶୀ ଅଭିଯୋଗ କରିବା ସହ ଖବରଦାତା ସମ୍ମିଳନୀରେ କାନ୍ଦି ପକାଇଥିଲେ। ଏହା ପରେ ଆପ୍‌ ପକ୍ଷରୁ ସୋସିଆଲ ମିଡିଆରେ ଅତିଶୀଙ୍କୁ ସମର୍ଥନ କରି ଗମ୍ଭୀରଙ୍କ ବିରୋଧରେ କ୍ୟାମ୍ପେନ କରାଯାଉଛି। ତେବେ ଗମ୍ଭୀର ଏହାର ଉତ୍ତରରେ କହିଛନ୍ତି, ଅତିଶୀ ଯେଉଁ ଅଭିଯୋଗ କରୁଛନ୍ତି ତାହାକୁ ଯଦି ପ୍ରମାଣିତ କରିଦେବେ ତା’ହେଲେ ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେବେ। ନିର୍ବାଚନ ଲଢ଼ିବେ ନାହିଁ। କିନ୍ତୁ ଯଦି ଅତିଶୀ ଏହା ପ୍ରମାଣ କରି ନ ପାରିବେ, ତେବେ ସେ ରାଜନୀତି ଛାଡ଼ିଦେବେ କି ବୋଲି ଗମ୍ଭୀର ପ୍ରଶ୍ନ କରିଛନ୍ତି।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories