ଗଡ଼ମଧୁପୁର: ଧର୍ମଶାଳା ବ୍ଲକ କମାଗଡ ପଂଚାୟତର ବେତମାଳି ସାଶନ ଗାଁରେ ଜଣେ କ୍ୟାନସର ପିଡିତ ମହିଳାଙ୍କର ମୃତ୍ୟୁରେ କଳ୍ପତରୁ ଦାସ ନେସନାଲ ଫାଉଣ୍ଡେସନ ସହାୟତାର ହାତ ବଢାଇଛି। ଏହି ଗାଁର ପୁଷ୍ପଲତା ମହାରଣା(୪୫), ସ୍ୱାମୀ ଦୁର୍ଯୋଧନ ମହାରଣା କିଛିଦିନ ଧରି କ୍ୟାନସରରେ ପିଡିତ ଥାଇ ଗତକାଲି ମୃତ୍ୟୁ ବରଣ କରିଥିଲେ।
ଖବର ପାଇ କଳ୍ପତରୁ ଦାସ ନେସନାଲ ଫାଉଣ୍ଡେସନ ପକ୍ଷରୁ ବିଧାୟକ ପ୍ରଣବ ବଳବଳବନ୍ତରାୟଙ୍କ ନିର୍ଦ୍ଦେଶ କ୍ରମେ କେଡିଏମ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତାରାୟଙ୍କ ପରାମର୍ଶରେ ଫାଉଣ୍ଡେସର ଉପାଧ୍ୟକ୍ଷ ରଶ୍ମିରଂଜନ ରାୟ, ଅମିୟ ରଂଜନ ପରଡା, ସ୍ଥାନୀୟ ସରପଞ୍ଚ ମନୋରଂଜନ ପ୍ରଧାନ ଓ ସାମାଜିକ କର୍ମୀ ସୁଶାନ୍ତ କୁମାର ସ୍ୱାଇଁ ପ୍ରମୁଖ ମହଳାଙ୍କ ଘରେ ପହଞ୍ôଚ ତାଙ୍କୁ କିଛି ରାସନ ସାମଗ୍ରୀ ଯୋଗଇ ଦେବା ସହିତ ଆର୍ଥିକ ସହାୟତା ଦେଇଥିବା ଜଣାଯାଇଛି। ଏଥି ସହିତ ହରିଶ୍ଚନ୍ଦ୍ର ଯୋଜନାରେ ତାଙ୍କୁ ତୁରନ୍ତ ୨ ହଜାର ଟଙ୍କାର ସହାୟତା ରାଶି ସରପଞ୍ଚ ପ୍ରଦାନ କରିଥିବା ଜଣାଯାଇଛି।



