www.samajalive.in
Wednesday, December 10, 2025
23.1 C
Bhubaneswar

ଶୁକ୍ରବାର ରାଶିଫଳ: ସାମର୍ଥ୍ୟବାନ୍‌ ହେବେ, ସରକାରୀ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ହର୍ଷଯୁକ୍ତ ବିଶୁଦ୍ଧଭାଷୀ ଓ ଧନଶାଳୀ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଉତ୍ତମ ପତ୍ନୀ ଲାଭର ସୂଚନା ମିଳୁଛି। ମଧୁର ଭାଷୀ ହେବେ। ସମ୍ପତ୍ତି ଓ ପୁତ୍ରବାନ୍‌ ହେବେ। ଧନ ସଞ୍ଚୟ କରିପାରନ୍ତି। ସୁସ୍ଥ ରହିବେ।

ବୃଷ: ଶାସ୍ତ୍ର ପଟୁ ହେବେ। ପୁଣ୍ୟ ଦେହୀ ହୋଇପାରନ୍ତି। ସୁବର୍ଣ୍ଣାଦି ଯୁକ୍ତ ହେବେ। ରୂପବାନ୍‌ ଓ ରାଜବଂଶ ପୂଜିତ ହୋଇପାରନ୍ତି। ବିଦ୍ବାନ୍‌ ହେବେ। ସ୍ପଷ୍ଟବାଦୀ, ସ୍ବାଭିମାନୀ ଓ କର୍ମ ପରାୟଣ ହେବେ।

- Advertisement -

ମିଥୁନ: ଆଳସ୍ୟ ପରାୟଣ ହୋଇପାରନ୍ତି। ମିତବ୍ୟୟୀ ହେବେ। ଉଦାର ସ୍ବଭାବର ହେବେ। ଅନ୍ୟକୁ ଠକିବାର ଇଚ୍ଛା ରଖି ଦୁଷ୍ଟ ଲୋକଙ୍କୁ ଆଶ୍ରୟ ଦେବେ। ବୃହଷ୍ପତ୍ତାୟ ନମଃ ଜପିଲେ ରିଷ୍ଟ ଖଣ୍ଡନ ହେବ।

କର୍କଟ: ସାମର୍ଥ୍ୟବାନ୍‌ ହେବେ। ସରକାରୀ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଯାନବାହନ ସୁଖ ମିଳିବ। ପରାକ୍ରମୀ ହେବେ। ମହିଳାମାନଙ୍କ ପ୍ରିୟପାତ୍ର ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ।

ସିଂହ: ସତ୍‌କର୍ମୀ, ସର୍ବପ୍ରିୟ ଓ ପିତୃମାତୃ ଭକ୍ତ ହେବେ। ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହୋଇପାରନ୍ତି। ଧନବାନ୍‌ ହେବେ। କାହାରି ଅଧୀନତା ସ୍ବୀକାର କରିବେ ନାହିଁ। ରାଜନୀତିଜ୍ଞ ହେବେ। ବ୍ୟବସାୟ ଲାଭପ୍ରଦ ହେବ।

କନ୍ୟା: ସରକାରଙ୍କ ପରାମର୍ଶଦାତା ହୋଇପାରନ୍ତି। ସ୍ବୀକୃତିସମ୍ପନ୍ନ ହେବେ। ସକଳ ଶାସ୍ତ୍ରଜ୍ଞାତା, ବ୍ରତକର୍ତ୍ତା ଓ ଦେବ ଦ୍ବିଜ ପରାୟଣ ହେବେ। ରାଜତୁଲ୍ୟ ଧନୀ ହେବେ। କୃପଣ ସ୍ବଭାବର ହୋଇପାରନ୍ତି।

ତୁଳା: ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। କର୍ମଚଞ୍ଚଳ ରହିବେ। ଧନ ଲାଭରୁ ବଞ୍ଚିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି।

ବିଛା: ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ସ୍ତ୍ରୀ ଧନ ହେତୁ ସୁଖୀ ହେବେ। ମନ୍ତ୍ରଣା ଶକ୍ତିଯୁକ୍ତ ଓ କାବ୍ୟକର୍ତ୍ତା ହେବେ। ଭାଗ୍ୟଶାଳୀ ହେବେ। ଧନବାନ୍‌ ହୋଇପାରନ୍ତି। ଦୟାଶୀଳ ହେବେ।

ଧନୁ: କଳ, କୌଶଳ ପ୍ରୟୋଗ କରି ଶତ୍ରୁ ନାଶ କରିପାରନ୍ତି। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ ହେବେ। ଜ୍ୟୋତିଷ ଶାସ୍ତ୍ରରେ ରୁଚି ରହିବ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଉଦାର ସ୍ବଭାବର ହେବେ।

ମକର: ଉତ୍ତମ ମିତ୍ର ସହିତ ପୁତ୍ର ଲାଭର ସୂଚନା ମିଳୁଛି। ମନ୍ତ୍ର-ଶାସ୍ତ୍ରାଦି ଆୟତ୍ତ କରିବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି।

କୁମ୍ଭ: ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ବନ୍ଧୁବର୍ଗ ସହ ନିଜେ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସୁଖୀ ହେବେ।

ମୀନ: ଥଣ୍ଡାକଫଜନିତ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି। କର୍ମଚଞ୍ଚଳ ରହିବେ। ଏକାନ୍ତ ସାଧନା ଫଳବତୀ ହେବ। ଚକ୍ଷୁରେ ପୀଡ଼ା ଉପୁଜିପାରେ। ଗୁପ୍ତ ବିଦ୍ୟାରେ ରୁଚି ରହିବ। ଜ୍ଞାନୀ ହୋଇପାରନ୍ତି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories