ଶୁକ୍ରବାର ରାଶିଫଳ ୨୧.୦୧.୨୦୨୨

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। ଆୟର ମାର୍ଗ ଉନ୍ମୁକ୍ତ ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବଯୁକ୍ତ ହେବେ। ବିଭିନ୍ନ ସ୍ତରରୁ ଅର୍ଥ ମିଳିବ।
ବୃଷ: ପରିଶ୍ରମ ଅଧିକ ହୋଇପାରେ; ମାତ୍ର ତା’ର ମୂଲ୍ୟ ମିଳିବ। ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପ୍ରତ୍ୟେକ କାର୍ଯ୍ୟରେ ଧର୍ମ-ଅଧର୍ମର ବିଚାର କରିବେ। ଯାନ-ବାହନ ସୁଖ ମିଳିବ।
ମିଥୁନ: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ଘ କରିପାରନ୍ତି। ମହାପ୍ରଭୁଙ୍କ ଶରଣାଗତ ହେବେ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି।
କର୍କଟ: ବିବିଧ ଉପାୟରେ ଧନ ଅର୍ଜନ କରିପାରନ୍ତି। ସତ୍‌ସଙ୍ଗରୁ ଶାନ୍ତି ଓ ପରମ ଆନନ୍ଦ ମିଳିବ। ବ୍ୟବସାୟରେ ଢେର ଉନ୍ନତି ଘଟିବ। ସୁବିମଳ ଯଶର ଅଧିକାରୀ ହେବେ। କୀର୍ତ୍ତିମାନ୍‌ ହେବେ। ସହିଷ୍ଣୁ ହେବେ।
ସିଂହ: ସରକାରୀ ମାନ୍ୟତାପ୍ରାପ୍ତ ହେବେ। ଉଦ୍ୟମ ପ୍ରଶଂସନୀୟ ହେବ। ଧନବାନ୍‌ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ଉପାର୍ଜନ ଊଣା ହେବ ନାହିଁ। ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ।
କନ୍ୟା: ପତ୍ନୀଙ୍କ ପାଇଁ ଧନ ବ୍ୟୟ କରିପାରନ୍ତି। ବିବାହ ଆଦି ମାଙ୍ଗଳିକ କାର୍ଯ୍ୟରେ ଅକୁଣ୍ଠିତ ଚିତ୍ତରେ ଧନ ବ୍ୟୟ କରିବେ। ସାଧୁ ସେବାରେ ନିୟୋଜିତ ହେବେ। ମଧୁରଭାଷୀ ହେବେ। ଧନ-ଧାନ୍ୟ ବୃଦ୍ଧି ହେବ।
ତୁଳା: ଜ୍ଞାନ-ଗରିମାଯୁକ୍ତ ହୋଇପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ସରକାରୀ ଓ ବେସରକାରୀ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ପୁଣ୍ୟବାନ୍‌ ଓ ସୁବିମଳ ଯଶର ଅଧିକାରୀ ହେବେ।
ବିଛା: କର୍ମକ୍ଷେତ୍ରରେ ଆଗକୁ ବଢ଼ିବେ। କାର୍ଯ୍ୟର ସଫଳ ରୂପାୟନ କରି ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ସତ୍ୟବାଦୀ ଓ ଦୃଢ଼ବ୍ରତ ଆଚରଣ କରିବେ।
ଧନୁ: ଦାୟିତ୍ବ ସମ୍ପନ୍ନ ହେବେ। ଭାଗ୍ୟଶାଳୀ ହେବେ। କର୍ମତତ୍ପର ହୋଇପାରନ୍ତି। ସଦ୍‌ଗୁଣସମ୍ପନ୍ନ ହେବେ। କ୍ଷମତାର ସଦ୍‌ ବ୍ୟବହାର କରି ପ୍ରଶଂସାର ପାତ୍ର ହେବେ। ଧନାଗମ ହେବାର ସୂଚନା ମିଳୁଛି।
ମକର: ଧୈର୍ଯ୍ୟ ଓ ସାହସର ସହିତ ବିପଦର ମୁକାବିଲା କରିବେ। ମାୟାର ଚାରି ସେନାପତି କାମ, କ୍ରୋଧ, ଲୋଭ ଓ ମୋହରୁ ମୁକ୍ତ ରହିବାକୁ ଉଦ୍ୟମ କରନ୍ତୁ; ତଥାପି ସତର୍କରେ ଚଳିବାକୁ ପଡ଼ିବ।
କୁମ୍ଭ: ଦିନ ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ। ବହୁ ବିଦ୍ୟା ପାରଙ୍ଗମ ହେବେ। ଉଚ୍ଚାକାଂକ୍ଷା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହେବେ। ମହିଳା ଗୋଷ୍ଠୀଙ୍କ ଦ୍ବାରା ପ୍ରଶଂସିତ ହେବେ।
ମୀନ: ବନ୍ଧୁ ଓ ଭ୍ରାତୃ ସହଯୋଗ ମିଳିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। କଥା କମ୍‌, କାର୍ଯ୍ୟ ଅଧିକ ଦ୍ବାରା ଶ୍ରେଷ୍ଠାସନରେ ଆସୀନ ହୋଇପାରନ୍ତି।

kalyan agarbati

Comments are closed.