www.samajalive.in
Sunday, December 7, 2025
26.1 C
Bhubaneswar

ନବ ଦାସ ହତ୍ୟା ମାମଲା: ପରିବାର ଲୋକଙ୍କ ବୟାନ ରେକର୍ଡ ପରେ ଝାରସୁଗୁଡ଼ା ବିମାନ ବନ୍ଦରରେ ଖୋଳତାଡ଼

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ ପରେ କ୍ରାଇମବ୍ରାଞ୍ଚ ଟିମ୍‌‌ ଝାରସୁଗୁଡ଼ା ବିମାନ ବନ୍ଦରରେ ଖୋଳତାଡ଼ ଆରମ୍ଭ କରିଛି। ବହୁ ଚର୍ଚ୍ଚିତ ନବ ଦାସଙ୍କ ହତ୍ୟା ମାମଲାର ସାନି ତଦନ୍ତବେଳେ କ୍ରାଇମବ୍ରାଞ୍ଚ ଟିମ୍‌‌ ପକ୍ଷରୁ ଝାରସୁଗୁଡ଼ା ବିମାନ ବନ୍ଦରରେ ଖୋଳତାଡ଼ କରାଯାଇଛି। ମଙ୍ଗଳବାର କ୍ରାଇମବ୍ରାଞ୍ଚ ଟିମ୍‌‌ ନବ ଦାସଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିଥିବାବେଳେ ଆଜି ଝାରସୁଗୁଡ଼ା ବିମାନବନ୍ଦରରେ ଖୋଳତାଡ଼ କରିଛି।

ଗୁଳିକାଣ୍ଡ ପରେ ନବ ଦାସ ଝାରସୁଗୁଡ଼ା ବିମାନ ବନ୍ଦରରୁ ଭୁବନେଶ୍ୱରକୁ ଏୟାରଲିଫ୍ଟ ହୋଇଥିଲେ। କେତେବେଳେ ଏବଂ କିପରି ଏୟାରଲିଫ୍ଟ ହୋଇଥିଲା କ୍ରାଇମ ଟିମ୍‌‌ ତାହାର ତଦନ୍ତ କରୁଛି। ଏହାସହିତ ନବ ଦାସଙ୍କୁ ଏୟାରଲିଫ୍ଟବେଳେ କିଏ ରହିଥିଲେ ତାହାର ଖୋଳତାଡ଼ କରୁଛି।

- Advertisement -

ସାନି ତଦନ୍ତର ଦ୍ୱୀତିୟ ଦିନରେ କ୍ରାଇମ ବ୍ରାଞ୍ଚ ଟିମ୍‌‌ ନବ ଦାସଙ୍କ ସରବାହଲସ୍ଥିତ ବାସଭବନରେ ପହଞ୍ଚି ତଦନ୍ତ କରୁଛି। ମଙ୍ଗଳବାର ୭ ଘଣ୍ଟାରୁ ଅଧିକ ସମୟ ବୟାନ ରେକର୍ଡ କରିଥିଲା କ୍ରାଇମବ୍ରାଞ୍ଚ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories