ମିଶନଶକ୍ତି ଜରିଆରେ ମତ୍ସ୍ୟଚାଷ ପାଇଁ ପ୍ରୋତ୍ସାହନ

ଆଠଗଡ : ଆଠଗଡ ବ୍ଲକର ମିଶନ ଶକ୍ତି ଅଧିନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକୁ ମତ୍ସ୍ୟଚାଷ କରି ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ଉପରେ ଆଠଗଡ ବିଧାୟକ ତଥା କୃଷି ଓ ମତ୍ସ୍ୟ ସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି। ଏହି କ୍ରମରେ ଆଠଗଡ ବ୍ଲକର ୬୦ଟି ସ୍ୱୟଂସହାୟକ ଗୋଷ୍ଠୀକୁ ମତ୍ସ୍ୟଚାଷ ପାଇଁ ତାଲିମ ଦିଆଯାଇଛି । ତାଲିମ ନେବା ପରେ ଡାଳଭାଗ ପଞ୍ଚାୟତର ଛେନାଖିଆନୂଆଗାଁରେ ଶ୍ରୀ ସାଇ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପୋଖରୀରେ ମାଛ ଜାଆଁଳ ଛାଡିବା ସହ ଏଥିରେ ସେମାନେ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି । ସରକାରଙ୍କ ପକ୍ଷରୁ ୨୭ଟି ମହିଳା ଗୋଷ୍ଠୀକୁ ମତ୍ସ୍ୟଚାଷ ପାଇଁ ୯୦ହଜାର ଟଙ୍କା ଲେଖାଏଁ ରିଆତି ଦିଆଯାଇଛି । ଯେଉଁ ଗୋଷ୍ଠୀ ମତ୍ସ୍ୟଚାଷ କରି ସଫଳତା ହାସଲ କରିବେ ସେମାନଙ୍କୁ ମନ୍ତ୍ରୀ ପୁରସ୍କୃତ ଓ ସମ୍ମାନିତ କରିବେ ବୋଲି ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସାହୁ ଘୋଷଣା କରିଛନ୍ତି । ଆଠଗଡରେ ମତ୍ସଚାଷର ବ୍ୟାପକ ପ୍ରସାର ନିମନ୍ତେ ସହକାରୀ ମତ୍ସ୍ୟ ଅଧିକାରୀ ଅଶୋକ କୁମାର ମଲ୍ଲିକ ମାଛଚାଷ କରୁଥିବା ୨୭ଟି ଏସଏଚଜିକୁ ତାଲିମ ଦେବା ସହ ବୈଷୟିକ ସହାୟତା ପ୍ରଦାନ କରିଛନ୍ତି।

Comments are closed.