www.samajalive.in
Sunday, December 7, 2025
26.1 C
Bhubaneswar

ମାଛ ପକୋଡା

ଆବଶ୍ୟକୀୟ ସାମଗ୍ରୀ: ଛୋଟ ଛୋଟ କଟା ହୋଇଥିବା ମାଛ ଖଣ୍ଡ ୧୦ଟି, ୨ଟି ଅଣ୍ଡା, ଅଧା ଚାମଚ ଲଙ୍କାଗୁଣ୍ଡ, ଅଧା ଚାମଚ ହଳଦୀ ଗୁଣ୍ଡ, ଅଧା ଚାମଚ ଜୁଆଣି, ଏକ ଚାମଚ ଅଦା ରସୁଣ ପେଷ୍ଟ, ୨ ଚାମଚ କର୍ଣ୍ଣଫ୍ଲେର, ୨ ଚାମଚ ବେସନ, ୨ ଚାମଚ ଲେମ୍ବୁ ରସ, ଅଧା ଚାମଚ ଧନିଆ ଗୁଣ୍ଡ, ଅଧା ଚାମଚ ଗରମ ମସଲା,  ଧନିଆ ପତ୍ର, ଛାଣିବା ତେଲ ଏବଂ ସ୍ବାଦ ଅନୁଯାୟୀ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛରୁ କଣ୍ଟା ବାହାର କରି ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ । ଏହାକୁ ଭଲକି ଧୋଇ ସେଥିରେ ଅଳ୍ପ ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଦା ରସୁଣ ପେଷ୍ଟ ଓ ଲେମ୍ବୁ ରସ ପକାଇ ଗୋଳାଇ ମ୍ୟାରିନେଟ୍ ପାଇଁ ୧୫ ମିନିଟ୍ ଛାଡି ଦିଅନ୍ତୁ ।  ପରେ ଏଥିରେ ବେସନ, କର୍ଣ୍ଣଫ୍ଲେର, ଜୁଆଣି, ଧନିଆ ଗୁଣ୍ଡ, ଗରମ ମସଲା, ଅଳ୍ପ ଲୁଣ ଏବଂ ଶେଷରେ ଅଣ୍ଡା ପକାଇ ଭଲ ଭାବରେ ଗୋଳାନ୍ତୁ । ଏହି ମିଶ୍ରଣକୁ ମଧ୍ୟ ୧୦ ମିନିଟ୍ ଛାଡି ଦିଅନ୍ତୁ । ଏହି ସମୟ ମଧ୍ୟରେ ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ । ତେଲ ଗରମ ହୋଇଗଲେ ମାଛ ଖଣ୍ଡକୁ ଗୋଟା ଗୋଟା କରି ତେଲରେ ପକାନ୍ତୁ । ବାଦାମୀ ରଙ୍ଗ ହୋଇଗଲେ ଏହାକୁ ତେଲରୁ ଛାଣି ଆଣନ୍ତୁ । ପ୍ରସ୍ତୁତ ହୋଇଗଲା ମାଛ ପକୋଡା । ଏହାକୁ ଟମାଟୋ ସସ୍, ଚିଲି ସସ୍ ଓ କଟା ପିଆଜ ଦେଇ ପ୍ଲେଟ୍ ଗାନିସ୍ କରନ୍ତୁ । ନିଜେ ଖାଆନ୍ତୁ ଓ ଅନ୍ୟମାନଙ୍କୁ ଖୁଆନ୍ତୁ ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories