www.samajalive.in
Friday, December 5, 2025
19.1 C
Bhubaneswar

ଇଡେନ୍ ଟେଷ୍ଟ; ଗୋଟିଏ ଦିନରେ ୧୬ଟି ୱିକେଟ୍, ୫୦ ଛୁଇଁପାରିଲେନି କୌଣସି ବ୍ୟାଟର

ସମାଜ ନ୍ୟୁଜ ଡେସ୍କ- କୋଲକାତା ଇଡେନ ଗାର୍ଡେନରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟରେ ବୋଲରଙ୍କ ଆଧିପତ୍ୟ । ଦୁଇ ଦିନରେ ୨୭ଟି ୱିକେଟର ପତନ ଘଟିଥିବା ବେଳେ କେବଳ ଦ୍ବିତୀୟ ଦିନରେ ପଡ଼ିଥିଲା ୧୬ଟି ୱିକେଟ୍ । ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୧୫୯ ରନ୍ ରେ ଅଲଆଉଟ ହୋଇଯାଇଥିବା ବେଳେ ଦକ୍ଷିଣ ଆଫ୍ରିକାର ବୋଲ୍ ର ମଧ୍ୟ ଭାରତୀୟ ବ୍ୟାଟିଂକୁ ଧ୍ବସ୍ତ କରିଦେଇଥିଲେ । ମାତ୍ର ୧୮୯ ରନ୍ ରେ ସୀମିତ ରହିଥିଲା ।

- Advertisement -

ସେହିପରି ଦ୍ବିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ୯୩ ରନ୍ ରେ ୭ ୱିକେଟ୍ ହରାଇ ସାରିଛି । ରବୀନ୍ଦ୍ର ଜାଡେଜାଙ୍କୁ ୪ ୱିକେଟ୍ ର ସଫଳତା ମିଳିଥିବା ବେଳେ କୁଲଦୀପଙ୍କୁ ୨ ଏବଂ ଅକ୍ସରଙ୍କ ଖାତାକୁ ଯାଇଛି ଗୋଟିଏ ୱିକେଟ୍ । ପ୍ରଥମ ଇନିଂସରେ ଧମାଲ କରିଛନ୍ତି ଷ୍ଟାର ବୋଲର ବୁମରା । ସର୍ବାଧିକ ୫ ୱିକେଟ ନେଇ ଅନନ୍ୟ ରେକର୍ଡର ଅଧିକାରୀ ହୋଇଛନ୍ତି ବୁମରା ।

ଆହୁରି ୩ ଦିନ ଖେଳ ବାକି ଥିବାବେଳେ ମାତ୍ର ୬୩ ରନ୍ ରେ ଆଗୁଆ ରହିଛି ଦକ୍ଷିଣ ଆଫ୍ରିକା । ମ୍ୟାଚ ସମ୍ପୂର୍ଣ୍ଣ ଟିମ୍ ଇଣ୍ଡିଆ ହାତରେ ଥିବା ବେଳେ ଘରୋଇ ମାଟିରେ ବ୍ୟାଟିଂ ଲାଇନ ମାଟି କାମୁଡିବା ଏବେ ଚିନ୍ତାର କାରଣ । କାରଣ ଦୁଇ ଦିନ ଖେଳ ଶେଷ ସୁଦ୍ଧା ଉଭୟ ଦଳର କୌଣସି ବ୍ୟାଟର ୫୦ ରନ୍ ସ୍କୋର କରିପାରି ନାହାନ୍ତି ।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories