www.samajalive.in
Sunday, December 7, 2025
26.1 C
Bhubaneswar

ଛତିଶଗଡ଼ ବିଧାନସଭା ନିର୍ବାଚନ ; ଜୋର ଧରିଲା ପ୍ରଚାର ଅଭିଯାନ

ରାୟପୁର : ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଜୋର ଧରିଛି । ନିଜ ନିଜର ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ସମର୍ଥନ ଲକ୍ଷ୍ୟରେ ବିଭିନ୍ନ ଦଳର ତାରକା ପ୍ରଚାରକମାନେ ବସ୍ତର ଓ ରାଜନନ୍ଦଗାଓଁ ଅଞ୍ଚଳରେ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି । ଛତିଶଗଡର ୧୮ଟି ବିଧାନସଭା ଆସନ ପାଇଁ ଚଳିତ ମାସ ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରବିବାର ଖଇରାଗଡ଼, ଖୁଜି ଓ କନ୍ଦନଗାଓଁ ବିଧାନସଭା ନିର୍ବାଚନ ମଣ୍ଡଳିଗୁଡ଼ିକରେ ତିନୋଟି ନିର୍ବାଚନ ସଭାରେ ନିଜ ଦଳୀୟ ପ୍ରାର୍ଥୀ ସପକ୍ଷରେ ପ୍ରଚାର କରିଛନ୍ତି। ସେହିପରି ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀ ଆଜି ଅକଲ୍‍ତାରା ଓ ଅମ୍ବିକାପୁରରେ ନିର୍ବାଚନୀ ସଭାରେ ଯୋଗ ଦେଇଛନ୍ତିି। କଂଗ୍ରେସର ତାରକା ପ୍ରଚାରକ ତଥା ଅଭିନେତା ରାଜ ବବର ଶନିବାର ରାଜନନ୍ଦନଗାଓଁରେ ନିର୍ବାଚନ ସଭାରେ ଯୋଗ ଦେଇଥିଲେ।
୧୨ ତାରିଖରେ ମତଦାନ ହେବାକୁ ଥିବା ୧୮ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୧୨ଟି ନିର୍ବାଚନ ମଣ୍ଡଳୀ ବସ୍ତର ଡିଭିଜନରେ  ଓ ୬ଟି ନିର୍ବାଚନ ମଣ୍ଡଳି ରାଜନନ୍ଦଗାଓଁ ଜିଲ୍ଲାରେ ରହିଛି। ଏହି ନିର୍ବାଚନ ମଣ୍ଡଳୀ ଗୁଡିକ ମଧ୍ୟରୁ ଅଧିକାଂଶ ମାଓ ପ୍ରଭାବିତ ଅଞ୍ଚଳରେ ।

ଛତିଶଗଡ଼ର ମୋଟ ୯୦ଟି ବିଧାନସଭା ନିର୍ବାଚନ ଆସନ ମଧ୍ୟରୁ ଦ୍ୱିତୀୟ ପର୍ଯ୍ୟାୟରେ ୭୨ଟି ନିର୍ବାଚନ ମଣ୍ଡଳୀ ରେ ଚଳିତ ମାସ ୨୦ ତାରିଖରେ ଭୋଟ ଗ୍ରହଣ କରାଯିବ । ଏଠାରେ ଗତକାଲି ପ୍ରାର୍ଥୀପତ୍ର ଗୁଡ଼ିକୁ ଯାଞ୍ଚ୍‍ କରାଯାଇଥିଲା ଏବଂ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଆସନ୍ତାକାଲି ଶେଷ ତାରିଖ ରହିଛି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories