www.samajalive.in
Sunday, December 7, 2025
14.1 C
Bhubaneswar

ସପ୍ତାହରେ ସରିବ ପ୍ରଥମ ପର୍ଯ୍ୟାୟ ଟିକାଦାନ, ଟିକାକରଣ କେନ୍ଦ୍ର ବଢ଼ାଇବାକୁ ନିର୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୧୬ତାରିଖରୁ ହେବାକୁ ଥିବା ପ୍ରଥମ ପର୍ୟ୍ୟାୟ ଟିକାଦାନ ପ୍ରକ୍ରିୟା ଆରମ୍ଭ ହେବ। ଏହା ଯେଭଳି ଗୋଟିଏ ସପ୍ତାହରେ ଶେଷ ହେବା ଦରକାର। ଏଥିପାଇଁ ଆବଶ୍ୟକ ହେଲେ ଜିଲାପାଳ ଓ କମିସନରମାନେ ସାଇଡ଼ ଚିହ୍ନଟ କରି ଅଧିକ ଟିକାଦାନ କେନ୍ଦ୍ର ବଢ଼ାଇ ପାରିବେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲାପାଳ ଓ ମହାନଗର ନିଗମ କମିସନରଙ୍କୁ ନିର୍ଦେଶ ଦେଇଛନ୍ତି।
ଶ୍ରୀ ମହାପାତ୍ର ଏ ସଂକ୍ରାନ୍ତରେ ପତ୍ର ଲେଖି ଦର୍ଶାଇଛନ୍ତି ଯେ ପୂର୍ବରୁ ସେରମ ଅନୁଷ୍ଠାନରୁ ୪ଲକ୍ଷ ୮ହଜାର କୋଭିସିଲଡ ଟିକା ଆସିଥିବାବେଳେ ଗତକାଲି ଭାରତ ବାୟୋଟେକର ୨୦ହଜାର କୋଭାକସିନ ଟିକା ଆସିଛି। ଏହିସବୁ ଟିକାକୁ ଜିଲାରେ କେତେ ଲେଖାଏଁ ବଣ୍ଟନ କରାଯିବା ଦରକାର ତାହାର ଏକ ତାଲିକା ମଧ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଛି। ଏହାକୁ ନେଇ ଜିଲାସ୍ତରରେ ଟିକାଦାନ ପ୍ରକ୍ରିୟାକୁ ଶୃଙ୍ଖଳିତ ଓ ତ୍ୱରାନ୍ୱିତ କରିବା ଲାଗି ଶ୍ରୀ ମହାପାତ୍ର ନିର୍ଦେଶ ଦେଇଛନ୍ତି।

 

- Advertisement -

ସୂଚନା ଅନୁଯାୟୀ ରାଜ୍ୟରେ ୩ଲକ୍ଷ ୧୦ ହଜାର ୬୩୫ ରାଜ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ୩ହଜାର ୮୬ କେନ୍ଦ୍ରୀୟ ସ୍ୱାସ୍ଥ୍ୟ କର୍ମୀ ପାଇବେ। ଏହାବାଦ୍‍ କ୍ୟାପିଟାଲ ହସ୍ପିଟାଲରେ କେବଳ ବିଏମସି ଏରିଆର ୨୫ ହଜାର ୫୬ଜଣଙ୍କୁ ଟିକା ମିଳିବ। ତେବେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ନେବାକୁ ଥିବା ଟିକା ମଧ୍ୟରେ ରାଜ୍ୟର ୨୦ହଜାର ୧୨୬ଜଣ ସ୍ୱାସ୍ଥ୍ୟ କର୍ମୀଙ୍କ ସହିତ କେନ୍ଦ୍ରର ୪ହଜାର ୯୩୦ଜଣଙ୍କୁ ମିଳିବ। ସେଥିମଧ୍ୟରେ ସର୍ବାଧିକ ଖୋର୍ଦ୍ଧା ଜିଲାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ମିଳିବ। ଏହି ଜିଲାରେ କୋଭାକ୍ସିନ ଟିକା ଆଗଧାଡିର ୨୫ହଜାର ୫୬ଜଣ ସ୍ୱାସ୍ଥ୍ୟକର୍ମୀ ପାଇବାକୁ ଥିବାବେଳେ ୫ହଜାର କୋଭିସିଲଡ ଟିକା ନେବେ। ସେହିପରି ଦ୍ୱିତୀୟରେ କଟକରେ ୧୯ହଜାର ୧୦୦ଜଣଙ୍କୁ ଗଞ୍ଜାମରେ ୧୬ହଜାର ୨୫୦ ଏବଂ ମୟୂରଭଞ୍ଜରେ ୧୧ହଜାର ୯୦୦ଜଣଙ୍କୁ ମିଳିବ। ନୂଆପଡା ଏବଂ ମାଲକାନାଗିରିରେ ସର୍ବନିମ୍ନ ୩ହଜାର ୬୦୦ ଲେଖାଏଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories