ଜଳିଗଲା ୨ ଏକର କାଜୁ ଜଙ୍ଗଲ
ବାଉଁଶୁଳି କାଜୁ ବନୀକରଣରେ ଅଗ୍ନିକାଣ୍ଡ
ପାଟଣା : କେନ୍ଦୁଝର ଜିଲ୍ଲା ବାଉଁଶୁଳି ପଞ୍ଚାୟତ ନିକଟରେ ଥିବା କାଜୁ ବନୀକରଣରେ ସୋମବାର କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ୨ ଏକର ପରିମିତ ଜମିରେ ଥିବା କାଜୁ ଗଛ ପୋଡ଼ି ଯାଇଛି। ଗ୍ରାମର ନରହରି ମହାନ୍ତ, ତ୍ରିଲୋଚନ ମହାନ୍ତ ଓ ଦୁର୍ଲଭ ମହାନ୍ତ ବାଉଁଶୁଳି ପଞ୍ଚାୟତ ନିକଟରେ ୩ ଏକର ପରିମିତ ଜମିରେ କାଜୁ ଗଛ ଲଗାଇ ଥିବା ବେଳେ ସେଠାରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ପବନ ଯୋଗୁଁ ନିଆଁ ଏତେ କ୍ଷିପ୍ର ଗତିରେ ମାଡ଼ି ଯାଇଥିଲା ଯେ ନିଆଁ କୁ ଆୟତ କରିବା କଷ୍ଟକର ହୋଇ ପଡ଼ିଥିଲା। ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ଉଦ୍ୟମ କରି ନିଆଁ କୁ ଆତୟ କରିଥିଲେ । ତେବେ ଅଗ୍ନିକାଣ୍ଡରେ ବହୁ କାଜୁ ଗଛ ପୋଡ଼ି ନଷ୍ଟ ହୋଇ ଯାଇଛି ।
Comments are closed.