ଭୁବନେଶ୍ୱର: ଭୁବନେଶ୍ୱରର ସହିଦନଗରରେ ବୁଧବାର ଏକ ବସ୍ ଜଳିଯାଇଛି। ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ବସ୍ଟିରେ ହଠାତ୍ ନିଆଁ ଲାଗି ଯାଇଥିଲା। ଫଳରେ ବସ୍ଟି ହୁତୁହୁତୁ ହୋଇ ଜଳିଥିଲା। ଖବର ପାଇ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ଏଥିରେ ଅନ୍ୟ କୌଣସି କ୍ଷୟକ୍ଷତି ଘଟିଥିବା ଜଣାପଡ଼ିନାହିଁ।
Popular Categories



