ନୂଆଦିଲ୍ଲୀ: କେନ୍ଦ୍ରୀୟ ଦିଲ୍ଲୀର ସିଜିଓ କଂପ୍ଲେକ୍ସରେ ବୁଧବାର ସକାଳେ ଅଗ୍ନିକାଣ୍ଡ ଘଟିଛି। କଂପ୍ଲେକ୍ସର ୫ମ ମହଲାରେ ଥିବା ପଣ୍ଡିତ ଦୀନଦୟାଲ ଅନ୍ତୋଦୟ ଭବନରେ ସକାଳ ସାଢ଼େ ୮ଟାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ୨୪ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନ ଥିବା ଅଗ୍ନିଶମ ଅଧିକାରୀ ଅତୁଲ ଗର୍ଗ ସୂଚନା ଦେଇଛନ୍ତି। ଏହି କଂପ୍ଲେକ୍ସରେ ସିବିଆଇ କାର୍ଯ୍ୟାଳୟ ସମେତ ଅନେକ ସରକାରୀ କାର୍ଯ୍ୟାଳୟ ରହିଛି। ନଆଁ ଅନ୍ୟ କାର୍ଯ୍ୟାଳୟଗୁଡ଼ିକୁ ନ ବ୍ୟାପିବା ଲାଗି ଅଗ୍ନିଶମ କର୍ମଚାରୀମାନେ ଜୋରଦାର ଉଦ୍ୟମ କରୁଛନ୍ତି।
ଦିଲ୍ଲୀ ଦୀନଦୟାଲ ଭବନରେ ଅଗ୍ନିକାଣ୍ଡ; ନିଆଁ ଲିଭାରେ ୨୪ ଦମକଳ ଗାଡ଼ି ନିୟୋଜିତ
Popular Categories



