www.samajalive.in
Sunday, December 7, 2025
26.1 C
Bhubaneswar

ବିନା ଅନୁମତିରେ ପ୍ରତିବାଦ, ୧୦୦ଜଣରୁ ଅଧିକ ଲୋକଙ୍କ ବିରୁଦ୍ଧରେ ମାମଲା

ଥାନେ: ମହାରାଷ୍ଟ୍ରର ଥାନେ ଜିଲାରେ ବିନା ଅନୁମତିରେ ମାନବ ଶୃଙ୍ଖଳ କରି ପ୍ରତିବାଦ ଶୋଭାଯାତ୍ରାରେ ସାମିଲ ହୋଇଥିବା ଅଭିଯୋଗରେ ୧୦୦ଜଣରୁ ଅଧିକ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଛି ବୋଲି ପୁଲିସ ସୂଚନା ଦେଇଛି।

ଶନିବାର ମୁମ୍ବରା ଅଞ୍ଚଳର ୬ଟି ସ୍ଥାନରେ ବିନା ଅନୁମତିରେ ପ୍ରତିବାଦ  ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମହାରାଷ୍ଟ୍ର ପୁଲିସ ଆଇନ ଅନୁଯାୟୀ ଲାଗୁ ହୋଇଥିବା ନିଷିଦ୍ଧ ନିର୍ଦ୍ଦେଶ ସତ୍ତ୍ୱେ ମେ’୧୬(ଶୁକ୍ରବାର) ତାରିଖ ଅପରାହ୍ନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ୧୦୦ ରୁ ଅଧିକ ଲୋକ ପ୍ରତିବାଦ ସଭା ଏବଂ ବିକ୍ଷୋଭ ପ୍ରଦର୍ଶନରେ ଅଂଶଗ୍ରହଣ କରିଥିଲେ। ବିକ୍ଷୋଭକାରୀଙ୍କ ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ଏବଂ ସେମାନେ ନିଷେଧାଦେଶ ଆଇନ ଉଲ୍ଲଂଘନ କରିଥିଲେ। ଏହି ପ୍ରତିବାଦ ପାଇଁ କୌଣସି ଅନୁମତି ଦିଆଯାଇ ନଥିଲା।

- Advertisement -

ତେବେ ଆୟୋଜକମାନେ ବିକ୍ଷୋଭ ପ୍ରଦର୍ଶନ ସହ ଆଗକୁ ବଢ଼ିଥିଲେ। ଏହାଦ୍ବାରା ସାମ୍ପ୍ରଦାୟିକ ସଦ୍ଭାବନା କ୍ଷୁର୍ଣ୍ଣ ହୋଇଥିବାବେଳେ  ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିଲା। ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ମହାରାଷ୍ଟ୍ର ପୁଲିସ ଆଇନର ପ୍ରାସଙ୍ଗିକ ଧାରା ଅନୁଯାୟୀ ୧୦୦ଜଣଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories