www.samajalive.in
Sunday, December 7, 2025
23.1 C
Bhubaneswar

କଂଗ୍ରେସ ଆଇଟି ସେଲ୍‍ ମୁଖ୍ୟଙ୍କ ନାମରେ ରାଜଦ୍ରୋହ ମାମଲା

ଲକ୍ଷ୍ନୌ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କରେ ଟ୍ୱିଟରରେ ଆପତ୍ତିଜନକ ମନ୍ତବ୍ୟ ଦେବା ନେଇ କଂଗ୍ରେସର ଆଇଟି(ସୂଚନା ପ୍ରଯୁକ୍ତି) ପ୍ରକୋଷ୍ଠ ମୁଖ୍ୟ ଦିବ୍ୟା ସ୍ପନ୍ଦନ(ରମ୍ୟା)ଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ ହୋଇଛି। ରେଫେଲ ଦୁର୍ନୀତି ପ୍ରସଙ୍ଗରେ ରମ୍ୟା ମୋଦୀଙ୍କ ‘ଚୋର’ ବୋଲି ଆକ୍ଷେପକରି ଟ୍ୱିଟ୍‍ କରିଥିଲେ। ଏ ନେଇ ତାଙ୍କ ବିରୋଧରେ ସୟଦ ରିଜୱାନ୍‍ ଅହମଦ ନାମକ ବ୍ୟକ୍ତି ସ୍ଥାନୀୟ ଥାନାରେ ଏତଲା ଦାୟର କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପଦମର୍ଯ୍ୟାଦା ଦୃଷ୍ଟିରୁ ତାଙ୍କ ପ୍ରତି ଏଭଳି ଶବ୍ଦ ପ୍ରୟୋଗ ଅପମାନଜନକ ବୋଲି ରିଜୱାନ୍‍ ଦର୍ଶାଇଛନ୍ତି। ଏଭଳି ସମାଲୋଚନା ରାଜଦ୍ରୋହ ପଦବାଚ୍ୟ ବୋଲି ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏ ସମ୍ପର୍କରେ ରମ୍ୟା ‘ହଉ, ଠିକ୍‍ ଅଛି’ ବୋଲି ହାଲ୍‍କା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରମ୍ୟା କ୍ରମାଗତ ଭାବେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଆସୁଛନ୍ତି।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories