www.samajalive.in
Wednesday, November 12, 2025
27.1 C
Bhubaneswar

ଅର୍ଥ ସାଜିଛି ବାଧକ, ଦୁର୍ବିସହ ଜୀବନ କାଟୁଛନ୍ତି ଅମ୍ବିକା

ମୁଖୀଗୁଡା : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ହୀରାପୁର  ଗ୍ରାମପଞ୍ଚାୟତର କୁରେପଡାରେ ଜନୈକ ଆଦିବାସୀ ନାବାଳିକା ଅମ୍ବିକା ନାଏକ(୧୫)  ଦୁର୍ବିସହ ଜୀବନ ବିତାଉଥିବା ଦେଖିବାକୁ ମିଳିଛି।
ଏକ ଅଜଣା ରୋଗ ତଥା ହାତ ଗୋଡ଼ ମୋଡି ମୋଡି ହୋଇଥିବା ଯୋଗୁଁ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି ଅମ୍ବିକା। ବାପା ଅମ୍ବିକାର ଚିକିତ୍ସା ମଧ୍ୟ ଆଉ କେତେ କରିପାରନ୍ତେ। ଏବେ ଦୁଇ ଓଲି ଦୁଇ ମୁଠା ଖାଇବାକୁ ନଥିବା ବେଳେ ଯାହା ଥିଲା ସବୁ ସରି ଯାଇଛି ଅମ୍ବିକାଙ୍କ  ଚିକିତ୍ସା ପାଇଁ। ଏବେ ଭଗବାନଭଙ୍କ ଭରସାରେ ପୁରା ପରିବାର।
କୁରେପଡାରେ ବସବାସ କରନ୍ତି ଅମ୍ବିକାଙ୍କ ପରିବାର। ତାଙ୍କ ପରିବାରରେ ବାପା ବଳରାମ,ମା ମାଳତୀ ତଥା ଦୁଇ ଭାଇ ଓ ଦୁଇ ଭଉଣୀ  ଅଛନ୍ତି। ଅମ୍ବିକା ଛୋଟ ବେଳେ ସୁସ୍ଥ ଓ ସ୍ବଭାବିକ ଥିଲେ। ତାଙ୍କୁ ଯେତେବେଳେ ତିନି ବର୍ଷ  ବୟସ ହୋଇଥିଲା ସେତେବେଳେ ଏକ ଅଜଣା ରୋଗର ଶିକାର ହୋଇଥିଲେ। ନିଆଁ ଓ ପାଣି ପାଖକୁ ଗଲେ ସେ ମୂର୍ଚ୍ଛିତ ହେଉଥିଲେ। ଏଭଳି ସ୍ଥିତିରେ ସେ ଦିନେ ନିଆଁରେ ପଡି ତାଙ୍କର ସର୍ବାଙ୍ଗ ଶରୀର ଜଳି ଯାଇଥିଲା। ବହୁ କଷ୍ଟରେ ଘରର ବାସନକୁସନ ବନ୍ଧା ପକାଇ ଚିକିତ୍ସା କରିଥିଲା ତାଙ୍କ ପରିବାର। ସେ ସୁସ୍ଥ ହୋଇଥିଲେ କିନ୍ତୁ ପୂର୍ବ ଭଳି ଆଉ ହାତ ଗୋଡ଼ କାମ କଲାନି। ନିଆଁ ପ୍ରଭାବରେ  ଶରୀର ମଧ୍ୟ ମୋଡି ହୋଇଗଲା। ଏମିତି ସ୍ଥିତିରେ ସେ ମାନସିକ ଚାପରେ  ଭାରସାମ୍ୟ ହରାଇଛନ୍ତି। ନା କଥା କହି ପାରୁଛନ୍ତି ନା କିଛି ବୁଝି ପାରୁଛନ୍ତି। ବାପା ମା’ ଚିକିତ୍ସା କରି ନିରାଶ ହେଲେଣି। ସରକାରୀ ସହାୟତା କହିଲେ ମାସକୁ କେବଳ ୫ଶହ ଟଙ୍କା। ଫିଙ୍ଗର ପ୍ରିଣ୍ଟ ଆସୁ ନ ଥିବାରୁ ଆଧାର କାର୍ଡ ହୋଇ ପାରୁ ନଥିବାରୁ ଚାଉଳ ବି ମିଳୁନାହିଁ। ଏଭଳି ସ୍ଥିତିରେ ସରକାରୀ ସ୍ତରରେ ସହାୟତା ମିଳିଲେ ଅମ୍ବିକାଙ୍କୁ ଚିକିତ୍ସା କରିପାରନ୍ତେ ବୋଲି ପରିବାର ଲୋକେ ଅନୁରୋଧ କରିଛନ୍ତି।

Hot this week

ତେଜସ୍ବୀଙ୍କୁ ଖୁସି କଲା ଏହି ଏକଜିଟ୍ ପୋଲ୍, ଆରଜେଡି ସବୁଠୁ ବଡ ଦଳ

ପାଟଣା: ବିହାରରେ ଅଧିକାଂଶ ଏକଜିଟ୍ ପୋଲ୍ ଏନଡିଏ ସରକାର ପୁଣି କ୍ଷମତାକୁ...

ୟୁପିଏସସି ମୁଖ୍ୟ ପରୀକ୍ଷା ଫଳ ପ୍ରକାଶିତ, ୨୭୩୬ କୃତକାର୍ଯ୍ୟ

ସମାଜଲାଇଭ ଡେସ୍କ: କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି) ସିଭିଲ ସର୍ଭିତ ମୁଖ୍ୟ ପରୀକ୍ଷା-୨୦୨୫ର...

ଦିଲ୍ଲୀ ବିସ୍ଫୋରଣ: ଡାକ୍ତରଖାନାରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆହତ ହୋଇ ସ୍ଥାନୀୟ ଏଲଏନଜେପି...

ଏକ୍‌ଜିଟ୍‌ ପୋଲ୍‌କୁ ଖାରଜ କରିଛନ୍ତି ତେଜସ୍ୱୀ ଯାଦବ

ସମାଜ ଲାଇଭ୍ ଡେସ୍କ : ବିହାରରରେ ସମସ୍ତ ପର୍ଯ୍ୟାୟ ମତଦାନ ଶେଷ...

ନୂଆପଡ଼ା ଉପନିର୍ବାଚନରେ ଐତିହାସିକ ୮୩.୪୫% ମତଦାନ

ସମାଜଲାଇଭ ଡେସ୍କ: ନୂଆପଡ଼ା ଉପନିର୍ବାଚନରେ ଏଥର ରେକର୍ଡ ମତଦାନ ହୋଇଛି। ଚଳିତ...

Related Articles

Popular Categories