www.samajalive.in
Monday, December 8, 2025
14.1 C
Bhubaneswar

ଫେଙ୍ଗସୁଇ ହାତୀ ସୌଭାଗ୍ୟର ପ୍ରତୀକ ଅଟେ

ହାତୀ ଜଙ୍ଗଲର ରାଜା ନୁହେଁ, କିନ୍ତୁ ତାର ମହତ୍ତ୍ବ ଅନ୍ୟ ପଶୁମାନଙ୍କ ଠାରୁ ଅଧିକ ଅଟେ। ପୁରାତନ ଯୁଗରେ ହାତୀ ପିଠିରେ ବସି ରାଜାମାନେ ସବାରୀ କରୁଥିଲେ। ହାତୀ ପିଠିରେ ସବାରୀ କରିବା ଦ୍ବାରା ଉଚ୍ଚ ପଦ ଓ ପ୍ରତିଷ୍ଠା ମିଳିଥାଏ। ଫେଙ୍ଗସୁଇରେ ହାତୀର ମହତ୍ତ୍ବ ଅଧିକ ପ୍ରଭାବଶାଳୀ ବୋଲି କୁହାଯାଇଛି। ଫେଙ୍ଗସୁଇରେ ହାତୀକୁ ସାମର୍ଥ୍ୟ, ସଫଳତା ଓ ସୌଭାଗ୍ୟର ପ୍ରତୀକ କୁହାଯାଇଛି। ଏହାସହ ହାତୀର ସମ୍ବନ୍ଧ ବ୍ୟକ୍ତିଙ୍କ ଇଚ୍ଛାଶକ୍ତି, ଦୀର୍ଘାୟୁ, ସନ୍ତାନ ପ୍ରାପ୍ତି, ବୌଦ୍ଧିକ କ୍ଷମତା ଓ ପ୍ରତିଷ୍ଠା ସହ ରହିଛି। ଏହି ସମସ୍ତ କାରଣରୁ ହାତୀକୁ ଫେଙ୍ଗସୁଇରେ ମହତ୍ତ୍ବପୂର୍ଣ୍ଣ ବୋଲି କୁହାଯାଇଛି।

ଘରେ ଫେଙ୍ଗସୁଇର ହାତୀ ରଖିବା ଦ୍ବାରା ପରିବାର ସଦସ୍ୟଙ୍କର ସମସ୍ତ କ୍ଷେତ୍ର​‌ରେ ଉନ୍ନତି ହୋଇଥାଏ। ମୁଖ୍ୟ ଦ୍ବାର ନିକଟରେ ହାତୀ ମୂର୍ତ୍ତି ରଖିବା ଦ୍ବାରା ପରିବାର ସଦସ୍ୟ ସୁରକ୍ଷିତ ରହି ଥାଆନ୍ତି।

- Advertisement -

ଉପରକୁ ଶୁଣ୍ଢ ଥିବା ହାତୀ ମୂର୍ତ୍ତିକୁ ଘରର ମୁଖ୍ୟ ଦ୍ବାରରେ ରଖିବା ଦ୍ବାରା ସମୃଦ୍ଧି, ସୌଭାଗ୍ୟ ଓ ସଫଳତା ପ୍ରାପ୍ତି ହୋଇଥାଏ। ଏହାସହ ତଳକୁ ଶୁଣ୍ଢ ଥିବା ହାତୀ ମୂର୍ତ୍ତି ରଖିବା ଦ୍ବାରା ବ୍ୟକ୍‌ତି ଦୀର୍ଘାୟୁ ହୋଇଥାଏ।

ହାତୀଙ୍କର ଯୁଗଳ ମୂର୍ତ୍ତି ଘରେ ରଖିବା ଦ୍ବାରା ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଥାଏ।

ମା’ ଓ ଛୁଆ ଥିବା ହାତୀ ମୂର୍ତ୍ତି ଘରେ ରଖିବା ଦ୍ବାରା ଗୁରୁଜନଙ୍କ ସହ ସମସ୍ତଙ୍କ ସମ୍ପର୍କ ଭଲ ରହିଥାଏ। ଏପରି ମୂର୍ତ୍ତି ଶୟନ କକ୍ଷରେ ରଖିବା ଦ୍ବାରା ସନ୍ତାନ ପ୍ରାପ୍ତି ମଧ୍ୟ ହୋଇଥାଏ।

ପିଲାମାନଙ୍କ ପଢା ଘରେ ହାତୀ ମୂର୍ତ୍ତି ରଖିବା ଦ୍ବାରା ସେମାନଙ୍କର ବୌଦ୍ଧିକ ବିକାଶ ହୋଇଥାଏ।

ହାତୀ ପିଠିରେ ମାଙ୍ଗଡ କିମ୍ବା ବେଙ୍ଗ ବସିଥିବାର ମୂର୍ତ୍ତି ରଖିବା ଦ୍ବାରା କ୍ୟାରିଅରରେ ସଫଳତା ମିଳିଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories