MEllora 950×100

କୃତ୍ତି ଶିକ୍ଷକ ସମ୍ମାନ ପ୍ରଦାନ ଉତ୍ସବ

ଚୌଦ୍ୱାର : ଚୌଦ୍ୱାର ରୋଟାରୀ କ୍ଲବ ତରଫରୁ କୃତ୍ତି ଶିକ୍ଷକ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିିତ ହୋଇଯାଇଛି । କ୍ଲବର ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ କପାଳେଶ୍ୱର ସାଇ ବିହାରସ୍ଥିତ ରୋଟାରୀ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ ଏବଂ ସାରସ୍ୱତ ସ୍ରଷ୍ଟା ଆଦିତ୍ୟ ପ୍ରତାପ ଧଳ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରର ଭବିଷ୍ୟତ ପିଢ଼ି ତିଆରି କରିବାରେ ଶିକ୍ଷକ ମାନଙ୍କ ଭୂମିକା ଅତୁଳନୀୟ ବୋଲି ମତବ୍ୟକ୍ତ କରି ଗୁରୁଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ବିଶିଷ୍ଟ ସମାଜସେବୀ ଦାମୋଦର ସାହୁଙ୍କ ଜୀବନୀ ଉପରେ କବି ରବୀନ୍ଦ୍ର କୁମାର ସାହୁଙ୍କ ଦ୍ୱାରା ଲିଖିତ ପୁସ୍ତକ ‘କଲ୍ ଅଫ୍ ହ୍ୟୁମାନିଟି’ ଅତିଥି ମାନଙ୍କଦ୍ୱାରା ଉନ୍ମୋଚିତ ହୋଇଥିଲା । କ୍ଲବ ସଂପାଦକ କ୍ଷିତିନ୍ଦ୍ରନାଥ କାନୁନଗୋ ପ୍ରାରମ୍ଭିକ ସୂଚନା, ରୋଟାରିଆନ ଡ.ଅମିତ କୁମାର ପୃଷ୍ଟି ସ୍ୱାଗତ ଭାଷଣ ଓ ଚୌଦ୍ୱାର ସାହିତ୍ୟ ସଂସଦର ସଂପାଦକ ଦିବ୍ୟଜ୍ୟୋତି ପାଣି ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ମହେଶ କୁମାୱତ, ଶକ୍ତି ପ୍ରସାଦ ମହାନ୍ତି, ଅନନ୍ତ ଚରଣ ଦାଶ, ମମତା ସାହୁ, ମନ୍ମଥ ସାହୁ, ପ୍ରଦୀପ୍ତ ପଣ୍ଡା, ମମତା ମିଶ୍ର, ରୋଜାଲିନ୍ ତ୍ରିପାଠୀ, ସରସ୍ୱତୀ ସାହୁ, ପ୍ରିୟଦର୍ଶିନୀ ପତି, ଭଗବତୀ ସାହୁ, ସ୍ନିଗ୍ଧା ନାୟକ, ବିଷ୍ଣୁପ୍ରିୟା ଦାଶ, କାଦମ୍ବିନୀ ମହାନ୍ତିଙ୍କୁ ଶିକ୍ଷକ ସମ୍ମାନ ପ୍ରଦାନ କରାଯାଇଥିଲା । କ୍ଲବ୍ ସଦସ୍ୟ ବିଶ୍ୱକଲ୍ୟାଣ ଦାସ, କାଶୀନାଥ ମହାନ୍ତି, ପ୍ରତାପ କୁମାର ଶତପଥି, ଜୟଶ୍ରୀ ମହାନ୍ତି, ପଞ୍ଚାନନ ନାୟକ, ଶୁଭେନ୍ଦୁ ସାମଲ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ । ଶରତ କୁମାର ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.