ସମ୍ବଲପୁର : ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପକ ବୃନ୍ଦାବନ ମେହେର ଡକ୍ଟରେଟ ଉପାଧି ହାସଲ କରିଛନ୍ତି। ନିଜର ଉଦ୍ୟମ ଯୋଗୁଁ ସେ ଗାଈ ଚରାଳିରୁ ଡକ୍ଟରେଟ ହାସଲ କରିଥିବାରୁ ଓଡ଼ିଶା ରବିଦାସ ସମାଜ ସମ୍ବଲପୁର ମହାନଗର କମିଟି ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ରାଜ୍ୟ ସାଧାରଣ ସମ୍ପାଦକ କୁନ୍ଦୁରୁ ଦାସ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଡ. ମେହେର ଙ୍କୁ ମାନପତ୍ର, ଉପଢ଼ୋକନ ଓ ପୁଷ୍ପଗୁଚ୍ଛ ଦେଇ ରବିବାର ସନ୍ଧ୍ୟାରେ ସମ୍ମାନୀତ କରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ପ୍ରହଲ୍ଲାଦ ରୋହିଦାସ, ଦିଲିପ ମେହେର, ନରେନ୍ଦ୍ର ମେହେର, ଭୋଜରାଜ ରୋହିଦାସ, ରାଜେନ୍ଦ୍ର ସତନାମୀ, ଅଶୋକ ମେହେର, ଧ୍ରୁବଚରଣ ରୋହିଦାସ, ଶତୃଘ୍ନ ମିରିଗ, ବିକି ମେହେର, କୁନି ମେହେର, ଫକୀର ମେହେର ଓ ପ୍ରଦ୍ୟୁମ୍ନ ମେହେର ପ୍ରମୁଖ ଉପସ୍ଥିତ ରହିଥିଲେ।
Popular Categories



