www.samajalive.in
Sunday, December 7, 2025
14.1 C
Bhubaneswar

୨ୟ ବିବାହ ନିଶାରେ ଦୁଇ ପୁଅଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ବାପା

ନୟାଗଡ: ଆତ୍ମହତ୍ୟା ନୁହେଁ, ଦୁଇ ପୁଅଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ବାପା। ୨ୟ ବିବାହ କରିବା ନିଶାରେ ବାପା ପୁଅମାନଙ୍କୁ ହତ୍ୟା କରି ଘରେ ଟାଙ୍ଗି ଦେଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲା। ଅଭିଯୁକ୍ତ ବାପା ପ୍ରକାଶ ମହାନ୍ତି ପୁଲିସ ଆଗରେ ସତ ମାନିବା ସହିତ ଘଟଣା ଉପରୁ ପରଦା ହଟିଛି। ଏହି ହତ୍ୟାକାଣ୍ଡରେ ଦୁଇ ନାବାଳକଙ୍କ ଜେଜେ ମା’ ବି ସାମିଲ ଥିଲା। ଉଭୟ ମା’ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି ନୟାଗଡ଼ ପୁଲିସ।

ଗତ ୧୦ ତାରିଖରେ ନୟାଗଡ ଜିଲା ଫତେଗଡ ଥାନା ଧାନଚାଙ୍ଗଡା ଗାଁରେ ରହୁଥିବା ପ୍ରକାଶଙ୍କ ଘରୁ ତାଙ୍କର ୨ ନାବାଳକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ବାପାର ୨ୟ ବିବାହ ପାଇଁ ପ୍ରସ୍ତାବ ଆସିବାରୁ ନାବାଳକ ଦ୍ବୟ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଥିଲେ। କିନ୍ତୁ ସ୍ଥାନୀୟ ଲୋକେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ। ବାପାର ୨ୟ ବିବାହକୁ ଦୁଇ ପୁଅ ବିରୋଧ କରିବାରୁ ସେମାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଫଳରେ ପୁଲିସ ୨ ଜଣଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଥିଲା। ମୃତକ ଦ୍ବୟଙ୍କ ବୟସ ୧୪ ଓ ୧୨ ବର୍ଷ ହେବ। ନାବାଳକଙ୍କ ମା’ଙ୍କର ୩ ବର୍ଷ ପୂର୍ବରୁ ମୃତ୍ୟୁ ହୋଇଥିଲା। ଏହା ପରେ ପ୍ରକାଶ ୨ୟ ବିବାହ କରିବାକୁ ଇଚ୍ଛା କରିଥିଲେ। କିନ୍ତୁ ପିଲାମାନେ ଏଥିରେ ରାଜି ନ ଥିଲେ। ଯେଉଁଥିପାଇଁ ସେମାନଙ୍କୁ ବାପା ପ୍ରକାଶ ତଣ୍ଟି ଚିପି ହତ୍ୟା କରିଥିବା ପୁଲିସ ଆଗରେ କହିଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories