bjd  ek lkhya koti banner

୩୮୧ ଦିନ ପରେ କୃଷକଙ୍କ ଘରବାହୁଡ଼ା

mission shakti banner

ନୂଆଦିଲ୍ଲୀ: ସମୂହ ପ୍ରାର୍ଥନା (ଆରଦାସ୍), ଲଙ୍ଗର (ସମୂହ ଭୋଜନ), ଭାଙ୍ଗଡ଼ା ନୃତ୍ୟ ମଧ୍ୟରେ ଦୀର୍ଘ ୧୫ ମାସ (୩୮୧ ଦିନ) ଧରି ଆନ୍ଦୋଳନ ଚଳାଇଥିବା କୃଷକମାନେ ଶନିବାର ଘରବାହୁଡ଼ା ଆରମ୍ଭ କରିଛନ୍ତି। ପୂର୍ବ ଘୋଷଣା ଅନୁସାରେ ସଂଯୁକ୍ତ କିଷାନ ମୋର୍ଚ୍ଚା ନେତା ରାକେଶ ଟିକାୟତ ଗାଜିପୁର ସୀମାନ୍ତରେ ପତାକା ହଲାଇ ପ୍ରଥମ ଦଫା ପ୍ରତ୍ୟାବର୍ତ୍ତନ ଯାତ୍ରାର ଶୁଭାରମ୍ଭ କରିଥିଲେ। ପରେ ଦଳ ଦଳ ହୋଇ କୃଷକମାନେ ଦିଲ୍ଲୀ ନିକଟ ସିଂଘୁ, ଟିକ୍ରି ଓ ଗାଜିପୁରରୁ ସେମାନେ ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶ ଅନ୍ତର୍ଗତ ନିଜସ୍ବ ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସୁସଜ୍ଜିତ ଗାଡ଼ିରେ ଗଲାବେଳେ ସେମାନେ ବିଜୟ ସଙ୍ଗୀତ ଗାନ କରୁଥିବା ଶୁଣାଯାଇଛି। ପୁଲିସ କର୍ମଚାରୀମାନେ ସମ୍ପୃକ୍ତ ସ୍ଥାନରୁ ବାରିକେଡ୍ ହଟାଇବା ଆରମ୍ଭ କରିଛନ୍ତି।

ପ୍ରଥମ ଦଫାରେ କୃଷକମାନେ ଉତ୍ତର ପ୍ରଦେଶର ବିଜନୋର୍ ଅଭିମୁଖେ ଯାତ୍ରା କରିଛନ୍ତି। ସେମାନେ ବିକ୍ଷୋଭସ୍ଥଳରେ ନିର୍ମାଣ କରିଥିବା ଶିବିରକୁ ଭାଙ୍ଗି ଏଥିରେ ବ୍ୟବହୃତ ସାମଗ୍ରୀ ଓ ଆସବାବପତ୍ରକୁ ନିଜ ଟ୍ରାକ୍ଟର ଓ ଟ୍ରକରେ ଲଦି ଘରକୁ ନେଇଥିବା ଦେଖାଯାଇଛି। ନିକଟସ୍ଥ ଗ୍ରାମବାସୀଙ୍କ ମଧ୍ୟ ସେମାନେ କିଛି ସାମଗ୍ରୀ ଦେଇଯାଇଥିବା ଜଣାପଡ଼ିଛି। ଅପରପକ୍ଷରେ ସେମାନଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ରାଜପଥର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆଜି ସୁଦ୍ଧା କୃଷକମାନେ ବିକ୍ଷୋଭ ସ୍ଥଳ ଖାଲି କରିବେ ଏବଂ ସରକାର ପ୍ରତିଶ୍ରୁତି ରକ୍ଷା ନ କଲେ ସେମାନେ ପୁଣି ଧାରଣା ପାଇଁ ଫେରିବେ ବୋଲି ଟିକାୟତ କହିଛନ୍ତି।

Comments are closed.