www.samajalive.in
Sunday, December 7, 2025
14.1 C
Bhubaneswar

ଲଘୁଚାପ ଫୁସ, ସରିନି ଋଆବିହୁଡା, ବୀମା ସହାୟତାରୁ ବଂଚିତ ଚାଷୀ

ଟିଟିଲାଗଡ଼: ଦୀର୍ଘ ପ୍ରାୟ ୨୦ ଦିନ ଅନ୍ତରାଳରେ ଲଘୁଚାପ ଆସି ରାଜ୍ୟ ସାରା ଖୁବ ବର୍ଷିବ ବୋଲି ପାଣିପାଗ ବିଭାଗ ପୁର୍ବାନୁମାନ ଟିଟିଲାଗଡ ବ୍ଲକରେ ଫୁସ ମାରିଛି। ବ୍ଲକ ଅଂଚଳର ଅନେକ ସ୍ଥାନରେ ଅଦ୍ୟାବଧି ଋଆବିହୁଡା କାର୍ଯ୍ୟ ସରିନି। ଗତକାଲି କିଛି ଅଂଚଳରେ ବର୍ଷା ହୋଇଥିବା ବେଳେ ଲୋକେ ଆଜି ପହ୍ଲା ଜଗାଉଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଜମିରେ ଆବଶ୍ୟକ ପାଣି ନଥିବା ନେଇ ବୁଣା ଧାନ ବିହୁଡା ହୋଇପାରିନାହିଁ। ଚଳିତ ଖରିଫ ପ୍ରାରମ୍ଭରେ ଅଧିକ ବର୍ଷା ନେଇ ତଳୁଆ ଜମିରେ ଧାନ ବୁଣିଥିବା ଚାଷୀଙ୍କ ବିହନ ଭାସି ଯାଇଥିଲା।

ଅନେକ ସ୍ଥାନରେ ପହ୍ଲା ପାଣିରେ ନଷ୍ଟ ହୋଇଯାଇଥିବା ଘୁଡାର ସରପଂଚ ରାମାନନ୍ଦ କଟା, ମହୁଲପଡା ସରପଂଚ ପ୍ରତିନିଧି ଡମ୍ବରୁଧର ବାଗ କହିଛନ୍ତି। ପରେ ବହୁ ଦିନ ବର୍ଷାଭାବ ନେଇ ଅନେକ ସ୍ଥାନରେ ଧାନ ପହ୍ଲା ଟାଣ ଖରାରେ ଜଳି ପୁଆଲ ପାଲଟିଛି। ଏନେଇ ଅନେକ ଚାଷ ଜମି ପଡିଆ ପଡିବା ସୁନିଶ୍ଚିତ ହୋଇପଡିଛି। ସମ୍ପ୍ରତି ଆଶାନୁରୁପ ଲଘୁଚାପ ବର୍ଷା ନହେବା ନେଇ ଚାଷ କାର୍ଯ୍ୟ ବହୁମାତ୍ରାରେ ବାଧାପ୍ରାପ୍ତ ହୋଇଛି ବୋଲି ବ୍ଲକ ସରପଂଚ ସଂଘ ବିରବର ସାହୁ କହିଛନ୍ତି। ମାଥନପଲା ଡ୍ୟାମ ତଳି ଅଂଚଳ ବିଜେପୁର ଗ୍ରାମଂପଚାୟତର ବିଭିନ୍ନ ଗ୍ରାମରେ କେନାଲ ପାଣି ପହଂଚିପାରିନଥିବା ନେଇ ଚାଷୀଙ୍କ ଫସଲ ଉଜୁଡିଛି ବୋଲି ସରପଂଚ ପ୍ରତିନିଧି ସୁବାଶ ମହାନନ୍ଦ କହିଛନ୍ତି। ଜମିରେ କମ ପାଣି ଯୋଗୁଁ ବିହୁଡା ହୋଇନଥିବା ଧାନ ଦବିଯାଇ ଅନାବନା ଘାସ ଉଠି ଢାଙ୍କି ଦେଲାଣି। ଏନେଇ ବ୍ୟାପକ ମାତ୍ରାରେ ଫସଲ ନଷ୍ଟ ହେବା ଆଶଙ୍କା ରହିଛି।

- Advertisement -

ଅନ୍ୟପକ୍ଷରେ ଗତ ୨୦୧୭ ଖରିଫରେ ମରୁଡି ଜନିତ ବିମା ସହାୟତାରୁ ଟିଟିଲାଗଡ ବ୍ଲକର ଚାଷୀ ବଂଚିତ ହୋଇଥିଲେ। ୨୦୧୯ ଖରିଫ ବିମା ସହାୟତା ମଧ୍ୟ ଏଯାବତ ଚାଷୀଙ୍କୁ ମିଳିନାହିଁ। ସମ୍ପୃକ୍ତ କମ୍ପାନୀ ବଲାଙ୍ଗିର ଜିଲାରେ ପ୍ରକୃତ ଜମି ପରିମାଣ ଠାରୁ ବିମା ଭୁକ୍ତ ଜମି ପରିମାଣ ଅଧିକ ଥିବା ଦର୍ଶାଇ ସହାୟତା ପ୍ରଦାନ କରୁନଥିବା ଜଣାଯାଇଛି। ସମାନ ପ୍ଲଟକୁ ନେଇ ଅନେକ ଦାବିଦାର ବୀମା ଫସଲ ବୀମା ପ୍ରିମିୟମ ଦାଖଲ କରିଥିବା କମ୍ପାନୀ ଅଭିଯୋଗ କରିଛି। ଏପରିପ୍ରେକ୍ଷୀରେ କୃଷି ତଥା ରାଜସ୍ୱ ବିଭାଗ ପକ୍ଷରୁ ଗାଁକୁ ଗାଁ ବୁଲି ସର୍ଭେ ସହ ପ୍ରକୃତ ହିତାଧିକାରୀ ଚିହ୍ନଟ ସରିଛି। ଏନେଇ ପଶ୍ଚିମ ଓଡିଶାର ଗଣପର୍ବରେ କରୋନା ମହାମାରି ଯୋଗୁଁ ନିସ୍ୱ ଚାଷୀଙ୍କୁ ତୁରନ୍ତ ବୀମା ସହାୟତା ପ୍ରଦାନ ତଥା ସମାନ ପ୍ଲଟ ପାଇଁ ଜମା କରାଯାଇଥିବା ଅଧିକ ପ୍ରିମିୟମ ରାଶି ଫେରସ୍ତ କରିବାକୁ ଚାଷୀ ସଂଗଠନ ପକ୍ଷରୁ ଦାବି ହୋଇଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories