www.samajalive.in
Sunday, December 7, 2025
23.1 C
Bhubaneswar

ପିପିଲିରେ ସିପିଆଇ(ଏମ୍‍ଏଲ୍‍)ର ବିକ୍ଷୋଭ ଶୋଭାଯାତ୍ରା : ନୂତନ କୃଷି ଆଇନ ପ୍ରତ୍ୟାହାର ଦାବି

ପିପିଲି : କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ସିପିଆଇ(ଏମ୍‍ଏଲ୍‍) ଲିବରେସନର ପିପିଲି ବ୍ଲକ କମିଟି ପକ୍ଷରୁ ବୁଧବାର ୧୧ ଦଫା ଦାବି ନେଇ ପିପିଲିରେ ବିକ୍ଷୋଭ ଶୋଭାଯାତ୍ରା କରାଯିବା ସହ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।
ସିପିଆଇ(ଏମ୍‍ଏଲ୍‍)ର ବରିଷ୍ଠ ନେତା ଅଶୋକ ପ୍ରଧାନଙ୍କ ନେତୃତ୍ୱରେ ଦଳୀୟ କର୍ମୀ ଓ ସମର୍ଥକମାନେ ପିପିଲି ପେଟ୍ରୋଲ ଟାଙ୍କି ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବିରୁଦ୍ଧରେ ବିଭିନ୍ନ ସ୍ଳୋଗାନ ଦେଇ ଚାନ୍ଦୁଆ ବଜାର, ଥାନାଛକ ଦେଇ ହାଟଛକ ଠାରେ ପହଞ୍ଚିଥିଲେ। ସେଠାରେ ଶ୍ରୀପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସିପିଆଇ(ଏମ୍‍ଏଲ୍‍)ର ବରିଷ୍ଠ ନେତା କିଷାନ ପଟ୍ଟନାୟକ, ସର୍ବେଶ୍ୱର ଭାରତୀ, ସୁନନ୍ଦ ଗଡନାୟକ, ରାଜକିଶୋର ଶତପଥୀ, ରବିନ୍ଦ୍ର ସ୍ୱାଇଁ, ସୁରେନ୍ଦ୍ର ପଣ୍ଡା, ରବିନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ କଡା ସମାଲୋଚନା କରିବା ସହ ତାହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ।

ଘରୋଇ ଧାନମଣ୍ଡି ବ୍ୟବସ୍ଥା ଉଚ୍ଛେଦ କରି ସରକାରଙ୍କ ପକ୍ଷରୁ ଧାନ କିଣାଯିବା, ଚୁକ୍ତି ଭିତ୍ତିକ କୃଷି ଓ ଟୋକନ ବ୍ୟବସ୍ଥା ଉଚ୍ଛେଦ କରିବା,ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ଆଇନ ୨୦୨୦ ରଦ୍ଦ କରିବା, ଭାଗଚାଷୀଙ୍କ ପାଇଁ ଆଇନ ପ୍ରଣୟନ କରାଯିବା ଓ ପ୍ରତି ପଞ୍ଚାୟତରେ ଧାନମଣ୍ଡି ଖୋଲାଯିବା ପାଇଁ ସେମାନେ ଦାବି କରିଥିଲେ। ପରେ ସେଠାରେ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକାକୁ ଦାହ କରାଯାଇଥିଲା। ନୂତନ କୃଷି ଆଇନ ପ୍ରତ୍ୟାହାର ନହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଶ୍ରୀପ୍ରଧାନ ଚେତାବନୀ ଦେଇଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories