www.samajalive.in
Sunday, December 7, 2025
13.1 C
Bhubaneswar

ବିଜେପିକୁ ଭୋଟ ନ ଦେବାକୁ ନିବେଦନ କରି ଚାଷୀଙ୍କ ଆତ୍ମହତ୍ୟା

ହରିଦ୍ବାର: ଉତ୍ତରାଖଣ୍ଡ ହରିଦ୍ବାରର ଲକ୍ସର ଅଞ୍ଚଳରେ ଜଣେ ଚାଷୀ ଋଣ ଭାର ଯୋଗୁ ଆତ୍ମହତ୍ୟା କରିଛନ୍ତି। ପୁଲିସ ଏହି ଘଟଣାରେ ଏକ ବ୍ୟାଙ୍କର ଜଣେ ଏଜେଣ୍ଟଙ୍କୁ ଗିରଫ କରିଛି। କିନ୍ତୁ ଏହି ଘଟଣା ଏବେ ରାଜନୈତିକ ମୋଡ଼ ନେଇଛି। ଚାଷୀ ଜଣକ ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡ ନୋଟ ଛାଡ଼ିଯାଇଛନ୍ତି, ଯେଉଁଥିରେ ସେ ବିଜେପିକୁ ଭୋଟ ନ ଦେବାକୁ ନିବେଦନ କରିଛନ୍ତି। ପୁଲିସ ଉକ୍ତ ସୁଇସାଇଡ୍‌ ନୋଟକୁ ଜବତ କରିଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆତ୍ମହତ୍ୟା ଚାଷୀଙ୍କ ନାଁ ଈଶ୍ଵରଚନ୍ଦ୍ର ଶର୍ମା। ସେ ଏକ ବ୍ୟାଙ୍କରୁ ଋଣ ପାଇଁ ଆବେଦନ କରିଥିଲେ। ବ୍ୟାଙ୍କର ଜଣେ ଏଜେଣ୍ଟ ଅଜିତ ସିଂହ ତାଙ୍କ ଲୋନ କରାଇଦେବେ​‌ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଲୋନ କରିବା ପୂର୍ବରୁ ବ୍ୟାଙ୍କ ଗ୍ୟାରେଣ୍ଟି ପାଇଁ ଈଶ୍ଵରଚନ୍ଦ୍ରଙ୍କଠାରୁ ଅଜିତ ଏକ ବ୍ଲାଙ୍କ ଚେକ୍‌ ନେଇଯାଇଥିଲେ। ଈଶ୍ଵରଙ୍କ ନାମରେ ଲୋନ ମିଳିବା ପରେ ତାଙ୍କ ଆକାଉଣ୍ଟକୁ ଟଙ୍କା ଆସିଯାଇଥିଲା। ମାତ୍ର ଅଜିତ ଉକ୍ତ ବ୍ଲାଙ୍କ ଚେକ୍‌ ଜରିଆରେ ଈଶ୍ଵରଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା ଉଠାଇ ନେଇଥିଲେ। ଏଥିରେ ହତୋତ୍ସାହିତ ହୋଇ ଈଶ୍ଵର ବିଷ ପିଇ ଆତ୍ମହତ୍ୟା କରିଥିଲେ।

- Advertisement -

ପୁଲିସ ଜବତ କରିଥିବା ସୁଇସାଇଡ୍‌ ନୋଟରେ ଈଶ୍ଵର ଉଲ୍ଲେଖ କରିଛନ୍ତି ଯେ, ୫ବର୍ଷରେ ବିଜେପି ସରକାର ଚାଷୀକୂଳଙ୍କୁ ନଷ୍ଟ କରିଦେଇଛି। ଏହି ଦଳକୁ କେହି ଭୋଟ ଦିଅନାହିଁ। ବିଜେପି ସରକାରକୁ ଆସିଲେ ଚାଷୀମାନଙ୍କୁ ଚା ବିକ୍ରି କରିବାକୁ ବାଧ୍ୟ କରାଇବ। ଆଜି ବିଜେପି ସରକାର ଉପରେ ଚାଷୀକୂଳ ଖୁସୀ ନୁହନ୍ତି। ଏହା ସହିତ ସୁଇସାଇଡ୍‌ ନୋଟରେ ଋଣ ଠକେଇ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories