ଫେସବୁକରୁ ୪୦ କୋଟି ଲୋକଙ୍କ ଫୋନ ନମ୍ବର ଲିକ, ୩ ଦେଶ ସର୍ବାଧିକ ପ୍ରଭାବିତ

0

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମ କମ୍ପାନୀ ଫେସବୁକ୍‍ର ୪୦ କୋଟିରୁ ଅଧିକ ବ୍ୟବହାରକାରୀ (ୟୁଜର୍ସ)ଙ୍କ ଫୋନ ନମ୍ବର ତଥ୍ୟ ଲିକ୍‍ ହୋଇଯାଇଛି। ଆମେରିକା ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ଫେସବୁକରୁ ଫୋନ ନମ୍ବର ଲିକ ଦ୍ୱାରା ୩ ଦେଶର ବ୍ୟବହାରକାରୀଙ୍କ ଉପରେ ବହୁଳ ପ୍ରଭାବ ପଡ଼ିବ।

ଫୋନ ନମ୍ବର ବ୍ୟତୀତ ୟୁଜର୍ସଙ୍କ ଲିଙ୍ଗ, ରହୁଥିବା ସ୍ଥାନ ମଧ୍ୟ ପ୍ରଘଟ ହୋଇଯାଇଛି। ନ୍ୟୁଜ ୱେବସାଇଟ ଟେକ କ୍ରଚ ଅନୁସାରେ ଆମେରିକା, ଭିଏତନାମ ଏବଂ ବ୍ରିଟେନରେ ରହୁଥିବା ଲୋକ ଏହାଦ୍ୱାରା ବହୁଳ ଭାବରେ ପ୍ରଭାବିତ ହେବେ। ଆମେରିକାର ୧୩.୩ କୋଟି, ଭିଏତନାମର ୫ କୋଟି ଏବଂ ବ୍ରିଟେନର ୧.୮ କୋଟି ଫେସବୁକ୍‍ ବ୍ୟବହାରକାରୀଙ୍କ ତଥ୍ୟ ଲିକ୍‍ ହୋଇଯାଇଛି। ୱେବସାଇଟ ଅନୁସାରେ ଫେସବୁକ୍‍ର ସର୍ଭର ପାସୱାର୍ଡରେ ସୁରକ୍ଷିତ ନଥିଲା। ଫଳରେ କେହି ବି ଡାଟାବେସକୁ ଆକ୍ସେସ କାରିପାରିଥାନ୍ତା। ବୁଧବାର ପର୍ଯ୍ୟନ୍ତ ଏହା ଏପରି ଥିଲା। ଫେସବୁକ ମଧ୍ୟ ଏହି ରିପୋର୍ଟରେ କେତେକ କଥା ଠିକ ଥିବା ପ୍ରକାଶ କରିଛି। ୱେସାଇଟରେ ଦାବି କରାଯାଉଥିବା ବ୍ୟବହାରକାରୀ ସଂଖ୍ୟାରୁ ମାତ୍ର ଅଧା ବ୍ୟବହାରକାରୀଙ୍କ ତଥ୍ୟ ଲିକ୍‍ ହୋଇଥିବା ଫେସବୁକ ପକ୍ଷରୁ କୁହାଯାଇଛି। ଆମେରିକା ପକ୍ଷରୁ ଗୁଗଲ, ଫେସବୁକ ଏବଂ ଆପଲ ଭଳି ବଡ଼ କମ୍ପାନୀ ଉପରେ କଡ଼ା ନଜର ରଖାଯାଇଛି। ଏହି ରିପୋର୍ଟ ଉପରେ ଆମେରିକା କ’ଣ ପଦକ୍ଷେପ ନେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply