ପଞ୍ଜାବରେ ଦ୍ବିତୀୟ ବିସ୍ଫୋରଣ, ୨ ମୃତ

0

ତରନତାରନ: ଗୋଟିଏ ଦିନରେ ପଞ୍ଜାବରେ ଦୁଇଟି ବଡ ଧରଣର ବିସ୍ଫୋରଣ ହୋଇଛି । ବୁଧବାର ରାତିରେ ବଟାଲାସ୍ଥିତ ବାଣ କାରଖାନାରେ ବିସ୍ଫୋରଣ ହୋଇ ୨୩ ଜଣଙ୍କ ମୃତ୍ୟୁ ଘଟିଥିବା ଘଟଣା ସାମ୍ନାକୁ ଆସିଥିବା ବେଳେ ବିଳମ୍ବିତ ରାତିରେ ପଞ୍ଜାବର ତରନତାରନରେ ଅନ୍ୟ ଏକ ବିସ୍ଫୋରଣ ଘଟିଥିବା ଆଜି ଜଣାପଡିଛି । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଯୁବକ ଗୁରୁତର ଭାବରେ ଆହତ ହୋଇଛନ୍ତି । ମୃତକ ଏବଂ ଆହତଙ୍କ ପରିଚୟ ମିଳିଛି । ମୃତକ ଦୁଇ ଜଣ ହେଲେ ହାପି ସିଂହ ଏବଂ ଭିକ୍କି । ସେମାନଙ୍କ ବୟସ ୨୨ରୁ ୨୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ଗୁରୁତର ଭାବେ ଆହତ ହୋଇଥିବା ଯୁବକ ଜଣଙ୍କ ହେଲେ ଗୁରଜଣ୍ଟ ସିଂହ । ତରନତାରନସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଜାରି ରହିଛି । ପୁଲିସ ଡଗ୍‌ ସ୍କ୍ବାଡ ସହାୟତାରେ ଏହି ଘଟଣାର ତଦନ୍ତ ଚାଲିଛି ।

Leave A Reply