www.samajalive.in
Tuesday, December 9, 2025
15.1 C
Bhubaneswar

ସୁଧୁରୁନି ଜେଟ୍‌ଲୀଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାରର ପ୍ରଥମ ପାଳିରେ ଅର୍ଥମନ୍ତ୍ରୀ ଦାୟିତ୍ଵ ସମ୍ଭାଳିଥିବା ଅରୁଣ ଜେଟ୍‌ଲୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଗତ ୯ ତାରିଖରୁ ସେ ନୂଆଦିଲ୍ଲୀସ୍ଥିତ ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି। ଡାକ୍ତର ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରୁଛନ୍ତି। କିନ୍ତୁ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସୁନାହିଁ। ମିଳିଥିବା ସୂଚନା ଅନୁସାରେ ଜେଟ୍‌ଲୀଙ୍କ ଫୁସ୍‌ଫୁସ୍‌ରେ ପାଣି ଜମିରହିଛି, ଯେଉଁଥିପାଇଁ ନିଃଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ହେଉଛି। ବାରମ୍ବାର ଫୁସ୍‌ଫୁସ୍‌ରୁ ପାଣି ବାହାର କରାଯାଉଥିଲେ ମଧ୍ୟ ପୁନର୍ବାର ପାଣି ଜମା ହୋଇଯାଉଛି।

ଶୁକ୍ରବାର ରାତିରେ ଏମ୍‌ସ ପକ୍ଷରୁ ଏକ ବିବୃତି ଜାରି କରାଯାଇ କୁହାଯାଇଛି ଯେ, ଜେଟ୍‌ଲୀଙ୍କ ସ୍ବାସ୍ଥ୍ୟାବସ୍ଥା ପୂର୍ବ ଭଳି ସ୍ଥିର ରହିଛି। ତାଙ୍କର ରକ୍ତଚାପ ଏବଂ ପଲ୍ସ ରେଟ୍‌ ଠିକ୍‌ ଥିବା ଦର୍ଶାଯାଇଛି।

- Advertisement -

ଅନ୍ୟପଟେ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏମ୍‌ସ ଯାଇ ଜେଟ୍‌ଲୀଙ୍କୁ ଭେଟିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ସେହିପରି ବିଜେପିର ବହୁ ବରିଷ୍ଠ ନେତା ଏମ୍‌ସରେ ପହଞ୍ଚିଥିଲେ। ରାତି ପ୍ରାୟ ସାଢ଼େ ୧୦ଟାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ସ୍ବରାଷ୍ଟ ମନ୍ତ୍ରୀ ଅମିତ୍‌ ଶାହ, ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ବି ଏମ୍‌ସରେ ପହଞ୍ଚିଥିଲେ।

ସୂଚନାଯୋଗ୍ୟ, ଅରୁଣ ଜେଟ୍‌ଲୀଙ୍କର ଡାଏବେଟିସ ରହିଛି। ତାଙ୍କର ଗୋଟିଏ ଥର କିଡ୍‌ନୀ ପ୍ରତିରୋପଣ ହୋଇସାରିଛି। କିଛିଦିନ ତଳେ ସେ ସଫ୍ଟ ଟିସ୍ୟୁ କ୍ୟାନ୍ସରରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଏହାବ୍ୟତୀତ ସେ ମେଦବହୁଳରୁ ଦୂରେଇ ରହିବା ଲାଗି ବେରିଆଟ୍ରିକ ସର୍ଜରୀ କରାଇଥିବା ଜଣାପଡ଼ିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories