www.samajalive.in
Sunday, December 7, 2025
23.1 C
Bhubaneswar

କେବେ ହାତରେ ଥିଲା ବନ୍ଧୁକ; ଏବେ ଧରିଛନ୍ତି ଚଟୁ-ଖଡ଼ିକା: ଭୋକିଲା ଗରିବଙ୍କ ପାଇଁ ଦେବଦୂତ ସାଜିଛନ୍ତି ପୂର୍ବତନ ପୁଲିସ ଡ଼ିଜି

ମୁମ୍ବାଇ: ଏକଦା ଅପରାଧ ରୋକିବା ପାଇଁ ଯିଏ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ଆଜି କରୋନା ମହାମାରୀ ସମୟରେ ଶତାଧିକ ଭୋକିଲାଙ୍କ ମୁହଁରେ ଆହାର ଦେଇ ପାଲଟି ଯାଇଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ। ଜଣେ ପୂର୍ବତନ ପୁଲିସ ଅଧିକାରୀଙ୍କୁ ନିଃସ୍ବାର୍ଥପର ସମାଜସେବାକୁ ସାଧାରଣରେ ବେଶ୍‌ ପ୍ରଶଂସା କରାଯାଇଛି। ସେ ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ପୁଲିସ୍‌ ମହାନିର୍ଦେଶକ ଡି.ଶିବାନନ୍ଦନନ୍‌। ଆମ ଗୋଦାମରେ ଯେତେବେଳେ ୮୦ ମିଲିୟନ୍ ଟନ୍‌ ଖାଦ୍ୟସାମଗ୍ରୀ ରହିଛି, ତଥାପି ୨୦୦ମିଲିୟନ୍‌ ଲୋକ ଭୋକିଲା ଅଛନ୍ତି। ତେଣୁ ମୁଁ ଭୋକିଲା ଲୋକଙ୍କ ମୁହଁରେ ଆହାର ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ସେ ୨୦୧୮ରେ ରୋଟି ବ୍ୟାଙ୍କ ଫାଉଣ୍ଡେସନ୍‌ ନାମକ ଏକ ଏନ୍‌ଜିଓ ପ୍ରତିଷ୍ଠା କରିଥିଲି। ଏବେ କୋଭିଡ୍‌-୧୯ ଯୋଗୁ ସାରାଦେଶକୁ କେନ୍ଦ୍ର ସରକାର ଲକ୍‌ଡାଉନ୍‌ କରାଯାଇଥିବାବେଳେ ଭୋକିଲା ଲୋକଙ୍କୁ ଆହାର ଦେଉଛନ୍ତି ଓ ପ୍ରତିଦିନ ୪ହଜାର ଖାଦ୍ୟପୁଡ଼ିଆ ବାଣ୍ଟୁଥିବା ମହାରାଷ୍ଟ୍ରର ପୂର୍ବତନ ପୁଲିସ୍‌ ମହାନିର୍ଦେଶକ ଡି.ଶିବାନନ୍ଦନନ୍‌ ଏବେ ସାରା ଦେଶ ଲକ୍‌ଡାଉନ୍‌ ସମୟରେ ଗରିବଙ୍କ ପାଇଁ ସାହାଭରସା ପାଲଟିଛନ୍ତି ଏବଂ ପ୍ରତିଦିନ ୩୦ହଜାର ଖାଦ୍ୟପୁଡ଼ିଆ ଭୋକିଲା ଲୋକଙ୍କୁ ବିତରଣ କରୁଛନ୍ତି।

ମହାରାଷ୍ଟ୍ରର ପୂର୍ବତନ ପୁଲିସ୍‌ ମହାନିର୍ଦେଶକ ଡି.ଶିବାନନ୍ଦନନ୍‌ କହିଛନ୍ତି ଯେ ମୁଁ ଯେତେବେଳେ ପୁଲିସ ବିଭାଗରେ ଯୋଗଦେଲି ସେତେବେଳେ ରାସ୍ତାକଡ଼ର ପିଲମାନେ ଭୋକିଲା ରହୁଥିବାରୁ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସାମିଲ ହେଉଥିବା ନୀରିକ୍ଷଣ କରିଥିଲି। ଯଦି ସେମାନେ ମଧ୍ୟାହ୍ନରେ ଗୋଟିଏ ବେଳା ଖାଇବାକୁ ପାଇବେ ଓ ସ୍କୁଲ ଯାଇ ଶିଖିତ ହେବେ ତାହେଲେ ଅପରାଧିକ ମାମଲା ହ୍ରାସ ପାଇବ ବୋଲି ଅନୁଭବ କରିଥିଲି। ଏହାପରେ ସେମାନଙ୍କୁ ଖାଦ୍ୟ, ପୋଷାକ ଓ ଘର ଯୋଗାଇଦେବା ଆଭିମୁଖ୍ୟ ନେଇ ଏନ୍‌ଜିଓ ରୋଟି ବ୍ୟାଙ୍କ ଫାଉଣ୍ଡେସନ୍‌ ଗଠନ କରିଛି। ପ୍ରଥମେ କୌଣସି ଆର୍ଥିକ ସହାୟତା ମିଳିନଥିଲା। ହୋଟେଲ୍‌ ଓ ରେଷ୍ଟୁରାଣ୍ଟଗୁଡ଼ିକର ବଳକା ଖାଦ୍ୟ ସଂଗ୍ରହ କରି ତାହା ଭୋକିଲା ଲୋକଙ୍କୁ ଖାଇବାକୁ ଦେଉଥିଲା। ମୁମ୍ବଇ ଟାଟା ମେମୋରିଆଲ୍‌ ହସ୍‌ପିଟାଲ୍‌ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ଇଡ୍‌ଲି କିଣି ସେମାନଙ୍କୁ ଖାଇବାକୁ ଦେଲି। ଏହାପରେ କିଛଇ ବଦାନ୍ୟ ବକ୍ତି ମୋତେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଏବଂ ପ୍ରତିଦିନ ଭୋକିଲା ଲୋକଙ୍କୁ ୩୦ହଜାର ଖାଦ୍ୟପୁଡ଼ିଆ ବିତରଣ କରିଥିଲେ। ଏହାପରେ କେତେକ କର୍ପୋରେଟ୍‌ ସଂସ୍ଥା ଏବଂ ବଦାନ୍ୟବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧଇ ପାଇଲା। ୩୦ଦିନ ପାଇଁ ପ୍ରତିଦିନ ୧୦ହଜାର ଖାଦ୍ୟପୁଡ଼ିଆ ଅଭିନେତା ଶହାରୁଖ ଖାନ୍‌ ପ୍ରଦାନ କରିଛନ୍ତି। ସେହିପରି ଅମିତାଭ୍‌ ବଚନ, ବିଦ୍ୟା ବାଲାନ୍, ଡାଇନା ପେଣ୍ଟି, ବୋମନ୍‌ ଇରାନି ଆମକୁ ସହାୟତାର ହାତ ବଢ଼ାଇଥିଲେ।
ଯେତେବେଳେ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା ବିଭିନ୍ନ ରାଜ୍ୟରୁ ଆସିଥିବା ଲୋକେ ଏବଂ ଗରିବ ଲୋକେ ଖାଇବାକୁ ନ ପାଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ। ମୁମ୍ବଇ ପୁଲିସ ସହାୟତାରେ ସେମାନଙ୍କୁ ଖାଦ୍ୟପୁଡ଼ିଆ ବଣ୍ଟନ କରିବାରେ ସଫଳ ହୋଇଛି ବୋଲି ପୂର୍ବତନ ପୁଲିସ୍‌ ମହାନିର୍ଦେଶକ ଡି.ଶିବାନନ୍ଦନନ୍‌ ପ୍ରକାଶ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories