www.samajalive.in
Sunday, December 7, 2025
14.1 C
Bhubaneswar

କରୋନା ପ୍ରଭାବ : “ୟୁରୋ-୨୦୨୦” ଏକ ବର୍ଷ ପାଇଁ ସ୍ଥଗିତ

ନୂଆଦିଲ୍ଲୀ : କରୋନା ଭାଇରସର ବୃଦ୍ଧିକୁ ଦୃଷ୍ଟିରେ ରଖି ୟୁରୋପୀୟ ଫୁଟବଲ ଚମ୍ପିଆନସିପ୍(ୟୁରୋ- ୨୦୨୦)କୁ ଆସନ୍ତା ଗ୍ରୀଷ୍ମ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଅର୍ଥାତ୍ ଏହା ଅସନ୍ତା ବର୍ଷ ୨୦୨୧ରେ ହେବ। ଏନେଇ ନରୱେ ଫୁଟବଲ ଫେଡେରେଶନ୍ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି।
ନରୱେ ଫୁଟବଲ ଫେଡେରେସନ୍ କହିଛି ଯେ, ୟୁରୋ ୨୦୨୦କୁ ୟୁରୋପର ୧୨ ଟି ସ୍ଥାନରେ ୧୨ ଜୁନ୍ ରୁ ୧୨ ଜୁଲାଇ ମଧ୍ୟରେ ଅନୁଷ୍ଠିତ ହେବାର ଥିଲା। ମାତ୍ର ଏବେ ଏହାକୁ ଏକ ବର୍ଷ ପାଇଁ ସ୍ଥଗିତ ରଖାଯାଇଛି। ଏହା ଆସନ୍ତାବର୍ଷ ୧୧ ଜୁନରୁ ୧୧ ଜୁଲାଇ ମଧ୍ୟରେ ଅନୁଷ୍ଠିତ ହେବ। ସେହିଭଳି କରୋନା ଭାଇରସର ପ୍ରଭାବ ହେତୁ ୟୁରୋ-୨୦୨୦ ଅଭ୍ୟାସ ଟୁର୍ଣ୍ଣାମେଣ୍ଟକୁ ମଧ୍ୟ ବାତିଲ କରାଯାଇଥିଲା।
ସମଗ୍ର ବିଶ୍ୱରେ ବ୍ୟାପିଥିବା କରୋନା ଭାଇରସ୍ ଏବେ ଆତଙ୍କ ସୃଷ୍ଟି କରିଛି। ସମଗ୍ର ବିଶ୍ୱରେ ୬୫୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ବିପଜ୍ଜନକ ଭାଇରସ୍ ଯୋଗୁଁ କ୍ରିକେଟ୍, ଫୁଟବଲ୍ ସମେତ ଅନେକ କ୍ରୀଡା ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories