www.samajalive.in
Tuesday, December 9, 2025
15.1 C
Bhubaneswar

କରୋନା ପ୍ରଭାବ : ପିଏସ୍ଏଲ୍ ଛାଡି ସ୍ବଦେଶ ଫେରିବେ ଇଂଲଣ୍ଡ କ୍ରିକେଟର

ଇସଲାମାବାଦ୍ : କରୋନା ଭାଇରସକୁ ନେଇ ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍)ରେ ଭାଗ ନେଉଥିବା ଇଂଲଣ୍ଡ କ୍ରିକେଟରମାନେ ଚିନ୍ତିତ ଅଛନ୍ତି। କରୋନା ଭୂତାଣୁ ବୃଦ୍ଧି ପାଉଥିବାରୁ ସେମାନେ ତୁରନ୍ତ ପିଏସ୍ଏଲ୍ ଛାଡି ଘରକୁ ଫେରିବେ ବୋଲି ଜଣାପଡ଼ିଛି। ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍)ରେ ମୋଇନ୍ ଅଲି, ଜେମ୍ସ ବିନ୍ସ, ସମିତ ପଟେଲ, ଲିଆମ୍ ଡସନ୍, ଆଲେକ୍ସ ହାଲ୍ସ, ଡେଭିଡ ମାଲାନ, କ୍ରିସ ଜୋର୍ଡାନ, ଜେସନ ରଏ, ଟାଇମ ମିଲ୍ସ ଏବଂ ଟମ ବଣ୍ଟନ ଭଳି ଇଂଲଣ୍ଡ ଖେଳାଳି ଖେଳୁଛନ୍ତି।

ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅଧିକାରୀ କହିଛନ୍ତି ଯେ, ପ୍ରତ୍ୟେକ ଖେଳାଳିଙ୍କୁ ପିଏସ୍ଏଲ୍ ଛାଡ଼ି ଘରକୁ ଫେରିବାର ଅଧିକାର ରହିଛି। କିଛି ଇଂଲଣ୍ଡ ଖେଳାଳି ସେମାନଙ୍କ ଫ୍ରାଞ୍ଚାଇଜିମାନଙ୍କୁ ସୂଚନା ଦେଇଛନ୍ତି ଯେ କରୋନା ଭୂତାଣୁ ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତି ଯୋଗୁଁ ସେମାନେ ସ୍ବଦେଶ ଫେରିବାକୁ ଚାହୁଁଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories