www.samajalive.in
Tuesday, December 9, 2025
15.1 C
Bhubaneswar

ପୋଖରୀଭିତ୍ତିକ କୃଷିକୁ ଟାଟା ଷ୍ଟିଲର ପ୍ରୋତ୍ସାହନ

କାଳିଆପାଣି : ସମଗ୍ର ଯାଜପୁର ଜିଲାରେ ଜଳବାୟୁ ପିରବର୍ତ୍ତନ କୃଷି ଉତ୍ପାଦନ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ଏହାଫଳରେ ଜିଲାର ଚାଷୀ ଓ ବିଶେଷ ଭାବେ କ୍ଷୁଦ୍ରଚାଷୀମାନଙ୍କ ଜୀବନଜୀବିକା ଅତ୍ୟଧିକ ମାତ୍ରାରେ ପ୍ରଭାବିତ ହୋଇଥାଏ। ଦୀର୍ଘସ୍ଥାୟୀ ଉତ୍ପାଦନ ଓ ଏକ ସ୍ଥାୟୀ ଆୟକୁ ସୁନିଶ୍ଚିତ କରିବା ପାଇଁ ଟାଟା ଷ୍ଟିଲ ପକ୍ଷରୁ କାକୁଡ଼ିଆ ଗ୍ରାମରେ କୃଷିର ଅନ୍ତର୍ଭୁକ୍ତକାରୀ ବିକାଶ ପାଇଁ ପୋଖରୀ ଭିତ୍ତିକ କୃଷି ନିମନ୍ତେ ଏକ ସମନ୍ୱିତ ପଦକ୍ଷେପ ଆରମ୍ଭ କରାଯାଇଛି। ବର୍ଷା ଜଳ ସଂରକ୍ଷଣ ମାଧ୍ୟମରେ ବିଭିନ୍ନ ପ୍ରକାର ଶସ୍ୟଉତ୍ପାଦନ ଉପରେ କାର୍ଯ୍ୟ ଆରମ୍ଭ ହୋଇଛି।

କୃଷିର ଆଧୁନିକ କୌଶଳ ବିଷୟରେ ଚାଷୀମାନଙ୍କୁ ଅବଗତ କରାଇବା, ଚାଷ ପାଇଁ ବର୍ଷା ଜଳର ବ୍ୟବହାର, ପୋଖରୀ ଭିତ୍ତିକ ସମନ୍ୱିତ ଚାଷ କୌଶଳର ପ୍ରସାର, ବିକଳ୍ପ ଓ ବିବିଧ ଚାଷ ପ୍ରଣାଳୀ ଦ୍ୱାରା ଆୟ, ବର୍ଷସାରା ଚାଷୀମାନଙ୍କୁ ରୋଜଗାରର ମାଧ୍ୟମ ପ୍ରଦାନ କରିବା ଓ ପୋଖରୀର ଦୀର୍ଘସ୍ଥାୟିତ୍ୱ ସୁନିଶ୍ଚିତ କରିବା ହେଉଛି ପୋଖରୀ ଭିତ୍ତିକ ଚାଷର ପ୍ରମୁଖ ଉଦ୍ଦେଶ୍ୟ।

- Advertisement -

ବର୍ତ୍ତମାନ ସୁଦ୍ଧା କାଳିଆପାଣି ଓ ଏହାର ପାର୍ଶ୍ବବର୍ତ୍ତୀ ୯ଟି ଗ୍ରାମରେ ଏଭଳି ୧୨ଟି ପୋଖରୀ ସୃଷ୍ଟି କରାଯାଇଛି। ଉକ୍ତ ଗ୍ରାମଗୁଡ଼ିକ ମଧ୍ୟରେ କାକୁଡ଼ିଆ, କଳାରଙ୍ଗି, କ୍ରୀଷ୍ଣପୁର, ଗୁଡ଼ିସାହି, ଖରଖରି, ରୁଗୁଡ଼ିସାହି, ପୁରିଆଝର, ମଝିସାହି ଓ ରଙ୍ଗମାଟିଆ ସାମିଲ ଅଛି। ୬୦ରୁ ଊର୍ଦ୍ଧ୍ବ ଲୋକ ଉକ୍ତ ପଦକ୍ଷେପ ଦ୍ୱାରା ଉପକୃତ ହୋଇପାରିଛନ୍ତି। ଏହି ଗ୍ରାମଗୁଡ଼ିକରେ ଆହୁରି ପୋଖରୀ ଖୋଳିବା କାର୍ଯ୍ୟ ଜାରି ରହିଛି।

ସୂଚନା ଅନୁଯାୟୀ,  କାକୁଡ଼ିଆ ଗ୍ରାମର ବାସିନ୍ଦା ୬୫ ବର୍ଷୀୟ ଶ୍ରୀ ସରତ ପ୍ରଧାନ ନାମକ ଚାଷୀ ପୂର୍ବରୁ ଧାନ ଚାଷ ଉପରେ ନିର୍ଭରଶୀଳ ଥିଲେ। ବର୍ଷାରେ ବିଳମ୍ବ ଓ ଜଳସେଚନର ଅଭାବ କାରଣରୁ ତାଙ୍କର ବାର୍ଷିକ ଫସଲ ଉତ୍ପାଦନ କ୍ରମଶଃ କମ୍‍ ହେବାକୁ ଲାଗିଥିଲା।

ଟାଟା ଷ୍ଟିଲ କର୍ପୋରେଟ୍‍ ସାମାଜିକ ଦାୟିତ୍ୱବୋଧ ସଂସ୍ଥା ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା (ଟିଏସ୍‍ଆରଡିଏସ୍‍) ପକ୍ଷରୁ ତାଙ୍କ ପାଇଁ ଢେଙ୍କାନାଳ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସେ ମତ୍ସ୍ୟ ଚାଷରୁ ତାଙ୍କ ଯାତ୍ରା ଆରମ୍ଭ କରିବା ପରେ ପନିପରିବା ଚାଷ ଓ ପୋଖରୀ ନିକଟରେ ପଶୁଧନ ପାଳନ ଆରମ୍ଭ କରିଥିଲେ। ସେ ଏହି ଚାଷରୁ ବର୍ଷକୁ ପ୍ରାୟ ୧,୨୦,୦୦୦ ଟଙ୍କା ଆୟ କରିବାକୁ ଲକ୍ଷ୍ୟ ରଖିଛନ୍ତି।

“ଶ୍ରୀ ପ୍ରଧାନଙ୍କ ଅନୁସାରେ “କୁକୁଡ଼ା ପାଳନ, ମତ୍ସ୍ୟ ଓ ପନିପରିବା ଚାଷ ଦ୍ୱାରା ପୋଖରୀର ସମନ୍ୱିତ ପରିଚାଳନା ଗ୍ରାମୀଣ ପରିବାରଙ୍କୁ ଦୀର୍ଘସ୍ଥାୟୀ ଉତ୍ପାଦନ, ଆୟ ଉପାର୍ଜନ ଓ ନିଯୁକ୍ତି ସୁଯୋଗ ଯୋଗାଇ ଦେବାରେ ସହାୟକ ହୋଇପାରୁଛି। ଆମ ଗ୍ରାମର ବହୁ ଚାଷୀ ଏହି ପ୍ରଣାଳୀ ଦ୍ୱାରା ଉପକୃତ ହୋଇପାରିଛନ୍ତି”।

୫୦ ବର୍ଷୀୟ ଚାଷୀ ଘନଶ୍ୟାମ ମହନ୍ତଙ୍କୁ ଗୋଟିଏ ସମୟରେ ଚାଷରୁ ଭଲ ଲାଭ ଓ ପରିବାରକୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସଂଘର୍ଷ କରିବାକୁ ପଡୁଥିଲା। ବହୁ ଉଦ୍ୟମ ସତ୍ତେ୍ୱ ସେ ଚାଷରୁ ପର୍ଯ୍ୟାପ୍ତ ଆୟ କରିବାରେ ସଫଳ ହେଉନଥିଲେ। “ମୁଁ ନିଜ ପରିବାରକୁ ଆର୍ଥିକ ସହାୟତା ଯୋଗାଇବା ସହିତ ନିଜ ଚାଷରୁ ଭଲ ଲାଭ ପ୍ରାପ୍ତ କରିବାକୁ ଚାହୁଁଥିଲି। ଉକ୍ତ ପ୍ରଣାଳୀ ବିଷୟରେ ଜାଣିବା ପରେ ମୁଁ ଏହାକୁ ନେଇ ସଂଶୟରେ ଥିଲି। କିନ୍ତୁ ମୁଁ ପ୍ରଶିକ୍ଷଣ ଅଧିବେସନରେ ଯୋଗ ଦେବା ପରେ ଏହା ସହଜ ହୋଇଯାଇଥିଲା। ଆଜି ମୁଁ ବର୍ଷକୁ ପ୍ରାୟ ୧ ଲକ୍ଷ ଟଙ୍କା ଆୟ କରିପାରିବି ବୋଲି ମୋର ଆଶା ରହିଛି ଓ ଏହା ମୋ ପାଇଁ ଏକ ସମୃଦ୍ଧ ଯାତ୍ରା ରହିଛି”ବୋଲି ସେ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories