www.samajalive.in
Sunday, December 7, 2025
18.1 C
Bhubaneswar

ଟ୍ରେନ ଧକ୍କାରେ ମାଈହାତୀ ମୃତ

ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡ ସଦର ରେଞ୍ଜ ଗଦାଶିଳା ଫରେଷ୍ଟ ସେକସନ ଦାଣ୍ଡିମାଳ ଷ୍ଟେସନ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଗୋଟିଏ ମାଈ ହାତୀ ଟ୍ରେନ ଧକ୍କାରେ ମୃତ୍ୟୁ ଘଟିଛି। ହାତୀ ମୃତ୍ୟୁ ଘଟଣା ପରିବେଶବିତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ସନ୍ଧ୍ୟା ସମୟରେ ନିକଟସ୍ଥ ବେଙ୍ଗ ପାହାଡରୁ ଏକ ଦନ୍ତା ହାତୀ ଏବଂ ମାଈ ହାତୀ ବାହାରୀ ଦାଣ୍ଡିମାଳ ଷ୍ଟେସନ ନିକଟକୁ ଯାଇଥିଲେ। ସେଠାରେ ହାତୀ ସ୍କାଡ ରହିଥିବା ବେଳେ ଷ୍ଟେସନ ନିକଟରେ ଥିବା ରେଳ ଫାଟକ ନିକଟରେ ହଠାତ୍‍ ମାଈ ହାତୀଟି ଟ୍ରେନ ଲାଇନ ଉପରକୁ ଚାଲିଆସିଥିଲା। ଏହି ସମୟରେ ଢେଙ୍କାନାଳରୁ ସଦାଶିବପୁର ଷ୍ଟେସନ ଆଡକୁ ଯାଉଥିବା ଏକ ମାଲବୋଝେଇ ଟ୍ରେନ ହାତୀକୁ ଧକ୍କା ଦେଇଥିଲା। ଫଳରେ ହାତୀଟି ନୂଆ ରେଳ ଲାଇନପାଇଁ ପଡିଥିବା ମାଟି ଉପର ଦେଇ ଜଙ୍ଗଲ ନିକଟରେ ପଡି ମୃତ୍ୟୁ ଘଟିିଥିବାର ଜଣାପଡିଛି। ହାତୀ ପାଇଁ ବନ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଥିଲେ ମଧ୍ୟ ହାତୀଟି ହଠାତ୍‍ ଟ୍ରେନ ଲାଇନ ଉପରକୁ ଚାଲିଆସିବାରୁ ଧକ୍କା ହୋଇଥିବାର ଜଣାପଡିଛି। କବର ପାଇଁ ବନ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଉଥିବା ବନଖଣ୍ଡ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି।
ଏଠାରେ ସୂଚନା ଯୋଗ୍ୟ ଯେ ଗତ ବର୍ଷ ଏପ୍ରିଲ ମାସରେ ଟ୍ରେନ୍‍ ଧକ୍କାରେ ଆହତ ହୋଇ ୪ ଦିନ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଥିଲା। ଗତ ଅକ୍ଟୋବର ୨୭ ତାରିଖରେ ବିଦ୍ୟୁତ ତାର ସ୍ୱର୍ଶରେ ଆସି ଏକ କାଳୀନ ୭ହାତୀମୃତ୍ୟୁ ଘଟଣାଚର୍ଚ୍ଚା ଥମୁନଥିବାବେଳେ ଗୋଟିକ ପରେ ଗୋଟିଏ ହାତୀ ମରିପଡିବା ବନ୍ୟପ୍ରଣୀ ପ୍ରେମୀଙ୍କୁ ବ୍ୟଥିତ କରିଛି। ଦାଣ୍ଡିମାଳ ଷ୍ଟେସନରେ ଶୁକ୍ରବାର ହାତୀ
ମରିବା ଘଟଣାର ଦୁଇ ଦିନ ପୂର୍ବରୁ ମଠରଗଡି ସଂରକ୍ଷିତ ଜଙ୍ଗଲକୁ ପୁଣି ହାତୀ ପଲ ଫେରି ଆସିଥିବାର ଜଣାପଡିଛି। ଏହି ହାତୀ ପଲରେ ୨୪ଟି ମାଈ ହାତୀ ରହିଥିବା ବେଳେ ୮ଟି ଦନ୍ତା ଏବଂ ୧୬ଟି ଛୁଆ ହାତୀ ରହିଥିବାର ଜଣାପଡିଛି। ହାତୀ ପଲ ଗୁରୁବାର ବ୍ରାହ୍ମଣୀ ନଦୀକୂଳରେ ପ୍ରବେଶ କରିବା ସହିତ ସେଠାରେ ଚାଷ ହୋଇଥିବା ଏକର ଏକର ତରଭୂଜ ଫସଲକୁ ଦଳି ଚକଟି ନଷ୍ଟ କରିଦେଇଥିବାର ଜଣାପଡିଛି। ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରି ଚାଷୀମାନେ ଚାଷ କରିଥିବା ବେଳେ ତରଭୁଜ ବିକ୍ରୀ ପୂର୍ବରୁ ହାତୀମାନେ ନଷ୍ଟ କରିଦେବାକୁ ସେମାନେ ସର୍ବସ୍ୱାନ୍ତ ହୋଇପଡିଛନ୍ତି। ବନ ବିଭାଗ କର୍ମଚାରୀ ମାନେ ରେଳଷ୍ଟେସନ ନିକଟରେ ରହିଥିବା ବେଳେ ଅନ୍ୟ ଏକ ହାତୀ ପଲ ରସାସିଂହ ଓ ପଶାସିଂହ ଗ୍ରମା ଭିତରେ ପଶିଯାଇଥିବାର ଜଣାପଡିଛି। ସେଠାରେ ବନବିଭାଗ କର୍ମଚାରୀମାନେ ପହଞ୍ଚି ହାତୀ ଘଉଡାଇବା ପାଇଁ ଚେଷ୍ଟା ଚଳାଇଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories